ନିର୍ବାଚନ ପରିଚାଳନା ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହଠାରେ ନିର୍ବାଚନ ପରିଚାଳନା ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି । ସେ କହିଛନ୍ତି ଯେ ଜିଲ୍ଲାରେ ମୋଟ ୩୦୬୩ ବୁଥରେ ୩୮୪୬୯୮୫ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଏହି ଭୋଟରଙ୍କ ମଧ୍ୟରେ ୪୫୧୭୬ ନୂଆଁ ଭୋଟର ଅଛନ୍ତି । ଏଥିପାଇଁ ୧୮୯୯୨ ପୋଲିଂ ଅଫିସର ଓ ୩୩୦ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି । ଜିଲ୍ଲାରେ ୪୮୮୪୬ ଜଣ ଦିବ୍ୟଙ୍ଗ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରେ ଥିବା ୪୨୪୧ ଦୃଷ୍ଟି ଶକ୍ତି ବାଧିତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟଲେଟ ବୟବସ୍ଥା କରାଯାଇଛି । ବ୍ରେଲି ଜାଣିଥିବା ଦିବ୍ୟାଙ୍ଗଙ୍କ ପାଇଁ ବ୍ରେଲ ବେଲେଟ ପେପର ରହିବ ତାକୁ ସ୍ପର୍ଶ କରି ଉକ୍ତ ଭୋଟର ଠିକ ପ୍ରାର୍ଥୀଙ୍କୁ ଭୋଟ ଦେଇପାରିବ । ପ୍ରତି ବୁଥରେ ଦୁଇଟି ଲେଖାଏଁ ବ୍ରେଲ ବେଲେଟ ପେପର ରହିବ  । ଭୋଟ କାର୍ଯ୍ୟରେ ନିୟୋଜିତ ୨୮୯୯୨ ପୋଲିଂ ଅଫିସର ଓ ଗାଡିର ଡ୍ରାଇଭର, ହେଲପର ମାନେ ୧୨(ଏ) ଅନୁଯାଇ ବେଲେଟ ପେପର ନେଇ ଭୋଟ ଦେବେ । ଜିଲ୍ଲାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଜରିଆରେ ସେମାନଙ୍କ ପିତାମାତାଙ୍କୁ ଭୋଟ ଦେବା ପାଇଁ ସଚେତନ କରାଯିବ । ଆଜି ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଇଭିଏମ ରେଣ୍ଡୋମାଇଜେସନ କାମ ସରିବା ସହ ଆସନ୍ତା କାଲିଠାରୁ ପ୍ରତି ଉପଖଣ୍ଡରେ ରେଣ୍ଡମାଇଜେସନ କାମ ଆରମ୍ଭ ହେବ । ଜିଲ୍ଲାରେ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ପୋଲସରା,ଆସିକା ଓ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ସଂଜୟ କୁମାର ପାନସାରୀ, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର ଓ ଦିଗପହଣ୍ଡି ପାଇଁ ୟୁ.କେ.ଚକମା, ଚିକିଟି, ମୋହନା ଓ ପାରଳାଖେମୁଣ୍ଡି ପାଇଁ କମଳିଶ ପ୍ରସାଦ ସିଂ ନିଯୁକ୍ତ ହୋଇଛନ୍ତି । ପୋଲିସ ଅବଜରଭର ଭାବେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ଆଇପିଏସ ସୁନୀଲ କୁମାର ଓ ଆସିକା ସଂସଦୀୟ କ୍ଷେତ୍ର ପାଇଁ ଆଇପିଏସ ଆଶୋକ କୁମାର ନିଯୁକ୍ତ ହୋଇଛନ୍ତି । ସେହିପରି ଏକ୍ସପେନ୍ଡିଚର ଅବଜରଭର ଭାବେ ଆସିକା ସଚସଦୀୟ କ୍ଷେତ୍ର ପାଇଁ ଭିମରତ୍ନ ରାଓତ, ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ଡଃ.ଶଙ୍କର ପ୍ରସାଦ, ଭଞ୍ଜନଗର, ଆସିକା, ପୋଲସରା ଓ ସାନଖେମୁଣ୍ଡି ବିଧାନ ସଭା କ୍ଷେତ୍ର ପାଇଁ ସତୀଷ କୁମାର, କବିସୂର୍ଯ୍ୟନଗର, ଖଲିକୋଟ, ସୋରଡା ଓ ହିଂଜିଳି ବିଧାନସଭା କ୍ଷେତ୍ର ପାଇଁ ବସନ୍ତ କୁମାର, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ନିର୍ବାଚନ ମଣ୍ଡଳୀ ପାଇଁ ରବୀନ୍ଦ୍ର କୁମାର ନିଜୁକ୍ତ ହେଇଛନ୍ତି । ଉପରୋକ୍ତ ପର୍ଯ୍ୟବେକ୍ଷକ ମାନଙ୍କ ସହ ଆସିସାଣ୍ଡ ଅବଜରଭର ମଧ୍ୟ ରହିଛନ୍ତି । ଜିଲ୍ଲାରେ ୫୪୬ଟି କ୍ରିଟିକାଲ ବୁଥ ରହିଥିବା ବେଳେ ସେଗୁଡିକ ଠିକ ଭାବେ ଚାଲିବା ନିମନ୍ତେ ୧୨୩ ମଇକ୍ରୋ ଅବଜରଭର ନିଯୁକ୍ତ କରାଯାଇଛି । ସେହିପରି ୩୧୫ ବୁଥରେ ୱେବ୍ କାଷ୍ଟିଙ୍ଗ,୨୫ଟିରେ ସିସିଟିଭି,୨୯ଟିରେ ଭିଡିଓଗ୍ରାଫି,୫୪ଟିରେ ଷ୍ଟିଲ କ୍ୟାମେରା ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସେଥିନିମନ୍ତେ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମସ୍ତ ଗାଡିକୁ ତନ୍ନତନ୍ନ କରି ଯାଂଚ କରାଯାଉଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା