ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଡିଭିଜନ ଗ୍ରାହକଙ୍କୁ ଉତ୍ତମ ସେବା ସମେତ ବିଲ ଆଦାୟ, ବିଦ୍ୟୁତ ଚୋରି ରୋକିବାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିବା ସୂଚନା ମିଳିଛି । ଏ ନେଇ ଭୁବନେଶ୍ୱରରେ ରାଜ୍ୟର ସମସ୍ତ ବିଭାଗକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ୨୦୧୮/୧୯ରେ ରାଜ୍ୟର ୧୯ଟି ଡିଭିଜନ ମଧ୍ୟରୁ ଛତ୍ରପୁର ଡିଭିଜନ ଓ ସବ ଡିଭିଜନ ପୁରସ୍କୃତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର କର ଓ ଏସଡିଓ ମନୋଜ କୁମାର ସାହୁ ଛତ୍ରପୁର ଡିଭିଜନ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବାରେ ସଫଳ ହୋଇଥିବାରୁ ତାଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟ ଶକ୍ତି ମନ୍ତ୍ରୀ କାପଟନ ଦିବ୍ୟ ଶଙ୍କର ମିଶ୍ର, ଶକ୍ତି ସଚିବ ହେମନ୍ତ ଶର୍ମା, ଅଥରେଟି ଅଫିସର ଆର.ଆର ପଣ୍ଡା ପ୍ରମୁଖ ପୁରସ୍କୃତ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା