
ଛତ୍ରପୁର: ଡ୍ରେନର କାମ ନିମ୍ନ ମାନର ହେଉଥିବା ଖୋଦ୍ ସ୍ଥାନୀୟ କାଉନସିଲ ଓ ସାହି ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି । ଏହା ଛତ୍ରପୁର ଏନଏସି ଅନ୍ତର୍ଗତ ୱାର୍ଡ ନଂ ୩ ଅଧୀନରେ ଡିଆରଡିଏ ପିଡିଙ୍କ ବଙ୍ଗଳା ଠାରୁ ବ୍ରାହ୍ମଣ ବନ୍ଧ ପର୍ଯ୍ୟନ୍ତ ଚାଲିଥିବା କହିଛନ୍ତି । ଏନେଇ ସ୍ଥାନୀୟ କାଉନସିଲର ମାମା ସେଠୀଙ୍କ ସମେତ ସାହିବାସିନ୍ଦାଙ୍କ ପକ୍ଷରୁ ଶନିବାର ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହି ଅଧିକାରୀଙ୍କ ସହ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବୀ କରାଯାଇଛି ଚାଲିଥିବା ଏହି ଡ୍ରେନ କାମକୁ ଜୈନକ ଠିକାଦାର ନିର୍ମାଣ କାର୍ଯ୍ୟ ନିମନ୍ତେ ଠିକା ନେଇଥିବା ବେଳେ ସାହି ବାସିନ୍ଦା ପକ୍ଷରୁ ଡ୍ରେନ କାମ ଅତି ନିମ୍ନମାନର କାରଯାଉଥିବା ନେଇ ସେମାନେ ବହୁବାର ଠିକାଦାରକୁ ଅବଗତ କରିଥିଲେ ମଧ୍ୟ ସେଏଥିପ୍ରତି କୈାଣସି ଗୁରୁତ୍ୱ ଦେଇନଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

