ନିର୍ମାଣ ଶ୍ରମିକ ସଂଘ ତରଫରୁ ଜଳେଶ୍ୱର ବ୍ଲକ ଅଫିସ ସମ୍ମୁଖରେ ୧୦ଦଫା ଦାବୀ ନେଇ ଧାରଣା ଓ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ସୁଗୋ ପଞ୍ଚାୟତରେ ସରକାରୀ ଯୋଜନାର ବିଫଳତା ତଥା ବିଭିନ୍ନ ସମସ୍ୟାର ଦାବୀ ନେଇ ଗତକାଲି ନିର୍ମାଣ ଶ୍ରମିକ ସଂଘ (ସି.ଆଇ.ଟି.ୟୁ) ତରଫରୁ ଜଳେଶ୍ୱର ବ୍ଲକ ଅଫିସ ସମ୍ମୁଖରେ୧୦ ଦଫା ଦାବୀ ନେଇ ଧାରଣା ଓ ବିକ୍ଷୋଭ ହୋଇଯାଇଛି । ପ୍ରଥମେ ଜଳେଶ୍ୱର ଡାକ ବଙ୍ଗଳା ନିକଟରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚି ଥିଲେ । ଏହି ବିକ୍ଷୋଭ ବ୍ଲକ ସଂପାଦକ ପଲ୍ଟୁ ଦାସଙ୍କ ନେତୃତ୍ୱରେ ହୋଇଥିବା ବେଳେ ଶିଶିର ହୁଇ, ଦିଲ୍ଲୀପ ପରିଡା, ସିତାଂଶୁ ସେନାପତି, ଦିଲ୍ଲୀପ ଗିରି, ସୁଗୋ ପଞ୍ଚାୟତର ସଂପାଦକ ସନ୍ତୋଷ ଦାସ, ଗଣେଶ ଜେନା, ମଦନ ମାହାଲି, ଉମେଶ ଚନ୍ଦ୍ର ପାତ୍ର, ଗଣେଶ ଭୂୟାଁ, ରବିନ୍ଦ୍ରବାରିକ, ସେକ୍ ଅବଦୁଲ ସାଦ୍ଦିକ ପ୍ରମୁଖ ସମେତ ବହୁ ସଦସ୍ୟ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଜଳେଶ୍ୱର ବିଡିଓ ନେତ୍ରାନନ୍ଦ ସାହୁ ବିକ୍ଷୋଭକାରୀମାନଙ୍କ ସହ ଆଲୋଚନା କରି ଯଥା ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ ଧାରଣାକୁ ସ୍ଥଗିତ ରଖାଯାଇ ଏକ ଲିଖିତ ଦାବୀ ପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା