ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ପଥର ଚୋରି, ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ତୁରୁବୁଡି ଗ୍ରାମ ପଞ୍ଚାୟତ ଝରିପଦର ଗ୍ରାମରେ । ଝରିପଦର ଗ୍ରାମର ପଥର ମାଫିଆ ହରିଷ ରେଡି ଲକ୍ଷ ଲକ୍ଷ ଟଙ୍କା ସରକାରଙ୍କ ରାଜ୍ୟ ରାଜ କୁଶରୁ ହରିଲୁଟ କରୁଥିବା ଜାଣି ମଧ୍ୟ ପ୍ରଶାସନ ନିରବ ରହୁଥିବା ଜଣାପଡିଛି । ସୂଚନା ଅନୁସାରେ ୨୦୧୫ ମସିହାରୁ ୩୧/୦୩/୨୦୨୦ ପର୍ଯ୍ୟନ୍ତ ଉକ୍ତ ମାଫିଆଙ୍କୁ ପଥର ନିଲାମୀ ଦିଆଯାଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ପଥର ଚୋରି ଚାଲିଛି ତଥାପି ମଧ୍ୟ ପ୍ରଶାସନ ନିରବ ରହିଥିବା ଜଣାପଡିଛି । ଜନସାଧାରଣଙ୍କ ମନର ପ୍ରଶ୍ନ ଉଠୁଛି ଯେ କେଉଁ ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ପଥର ମାଫିଆ ପଥର ଚୋରି କରି ଚାଲିଛନ୍ତି । ଆଜିକୁ ୫ବର୍ଷ ହେଲା ପଥର ବ୍ଲାଷ୍ଟ ସମୟରେ ବହୁ ଜନସାଧାରଣ ଅକାମି ହୋଇ ଯାଇଛନ୍ତି । ଗତ ୧୦/୦୮/୨୦୨୦ ଦିନ ସକାଳେ ଉକ୍ତ ପଥର ମାଫିଆଙ୍କ ପଥର ବୋଝେଇ ଟ୍ରାକ୍ଟର (OD07T 1916) ଯାଉଥିବା ସମୟରେ ଏକ ବାଇକ ଚାଳକବକୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ତଲରେ ସମ୍ପୃକ୍ତ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ମେଡିକାଲ ଓ ପରେ ତାଙ୍କ ସ୍ୱାସ୍ତ୍ୟ ଅଵସ୍ଥା ଅତି ଗୁରୁତର ହେବା କାରଣରୁ ତାଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନତାର କରାଯାଇଥିଲା । ଆହତ ହୋଇଥିବା ପରିବାରଙ୍କ ଆର୍ଥିକ ଅବସ୍ଥା ଅତି ଶୌଚନୀୟ ଥିବା ସମୟରେ ପଥର ମାଫିଆ ହରିଷ ରେଡି ତାଙ୍କୁ ସହାୟତର ଆଶା ଦେଖାଇଥିଲେ କିନ୍ତୁ ଘଟଣାର ୩ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆହତଙ୍କ ପରିବାରକୁ ସହାୟତ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି । ସବୁଠୁ ବଡ଼ ପ୍ରଶ୍ନ ଉକ୍ତ ପଥର କୁଆରୀ ନିକଟରେ ଏକ ସରକାରୀ ସ୍କୁଲରେ ପଥର ଫୁଟେଇବା ବେଳେ ଉକ୍ତ ସ୍କୁଲରେ ମଧ୍ୟ ପଥର ପଡୁଛି ଯାହା ଫଳରେ ଛୋଟ ଛୋଟ ପିଲା ମାନଙ୍କ ଜୀବନ ବିପଦରେ ରହୁଛି । ତଥାପି ସ୍ଥାନୀୟ ପ୍ରଶାସନ ପକ୍ଷରୁ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ତାହା ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା