

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ନିଳାଦ୍ରୀ ବିହାର ଶକ୍ତି ପୀଠ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ବ୍ରହ୍ମପୁର ତତ୍ତ୍ୱାବଧାନରେ ସଞ୍ଜିବନୀ ସାଧନା, ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ପ୍ରଜ୍ଞାପୁରାଣ କଥା ବଚନ ଅବସରରେ ୧୦୦୮ କଳସ ଧାରି ମାନଙ୍କର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଯାତ୍ରା ନିଳାଦ୍ରୀ ବିହାର ଶକ୍ତି ପୀଠ ଠାରୁ ବାହାରି ତୁଳସୀ ନଗର ଦେଇ ଅନ୍ନପୂର୍ଣ୍ଣା ବଜାର ଓ ଗିରିଜା ଛକ ଦେଇ ରାମଲିଙ୍ଗେଶ୍ଵର ପୋଖରୀରୁ ଜଳ ଧରି ହଜାର ଆଠ କଳସ ଧାରିଙ୍କ ସହ ବାହାରି ତୁଳସୀ ନଗର ୭ମ ଲାଇନ୍ ସ୍ଥିତ ଯଜ୍ଞ ସ୍ଥଳରେ ପହଞ୍ଚି ଯୁଗ ସଙ୍ଗୀତ ଓ ପ୍ରଜ୍ଞାପୁରାଣ କଥା ବଚନ କରିଥିଲେ । ଏହାପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଗତକାଲି ସଂଧ୍ୟାରେ ପ୍ରବଚନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ହରିଦ୍ଵାର ଠାରୁ ଆସିଥିବା ସୁଧାରାମ ମାର୍କନ, ଚୁନୁରାମ ସେନ, ଶଶିଦେବ ବାଧା ଯୋଗ ଦେଇଥିଲେ । ଶକ୍ତି ପୀଠର ମୁଖ୍ୟ ସଂଯୋଜକ ପ୍ରଫୁଲ୍ଲ ଦାସ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ କର୍ପୋରେଟର ଆର୍ ମୁରଲି ମୋହନ, ପୂର୍ବତନ କର୍ପୋରେଟର ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଜୟ କିଶୋର ପଣ୍ଡା, ପ୍ରତିମା ମିଶ୍ର, ନାଗେଶ୍ଵର ପାତ୍ର, ସିବରାମ ସ୍ୱାଇଁ, ସବିତା ସାହୁକାର, ସୁଜାତା ପଟ୍ଟନାୟକ, ସୁରେଶ ତ୍ରିପାଠୀ, ସୁରେନ୍ଦ୍ର ନାଥ ଦାସ, ପ୍ରଫୁଲ୍ଲ ମିଶ୍ର, ରଘୁନାଥ ସାବତ, ସୁଶିଲଙ୍କ ସମେତ ବହୁ ଗାୟତ୍ରୀ ପରିବାର ଯୋଗ ଦେଇଥିଲେ । ଆଜି ସକାଳେ ୦୯ ଘଣ୍ଟା ସମୟରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ କରାଯାଇଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


