ନିଶା ଦ୍ରବ୍ୟ ଦେଇ ଲୁଟ୍ ନେଲେ ଦୁର୍ବୁତ୍ତ…

ରାୟଗଡ଼ା (ସମୃଦ୍ଧ ଓଡିଶା) ଲୁଟ୍ କରିବାର ନୂଆ ତରିକା ଅପଣାଇଛନ୍ତି ଲୁଟେରା । ନିଶା ଦ୍ରବ୍ୟ ଦେଇ ଜଣେ ବୃଦ୍ଧାଙ୍କ ଠାରୁ ଲୁଟ୍ । ଏପରି ଘଟଣା ଘଟିଛି ରାୟଗଡା ସହରର ଶିରିଗୁଡା ସ୍କୁଲ ନିକଟରେ । ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ନା ସତ୍ୟନାରାୟଣ ପାଢୀ ବୋଲି ଜଣାପଡିଛି । ତାଙ୍କ ଠାରୁ ତିନୋଟି ମୁଦି ଓ ନଗଦ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି । ଆଜି ଜଣେ ଦୁର୍ବୃତ ସତ୍ୟନାରାୟଣଙ୍କୁ ତାଙ୍କ ଦୋକାନରେ ଭେଟି ଥଣ୍ଡା ପାନୀୟ ପାଇଁ ଅଡର୍ ଦେଇଥିଲେ । ପରେ ତାଙ୍କ ସହ ମାଲିକକୁ ଭେଟାଇ ଦେବି ବୋଲି ବାଇକ୍ ରେ ନେଇଯାଇଥିଲା । ପରେ ସେ ଘରକୁ ଫେରିନଥିଲ । ଆଜି ସନ୍ଧ୍ୟାରେ ଟାଉନ୍ ଥାନା ପୋଲିସ ଖବର ପାଇ ଶିରିଗୁଡା ସ୍କୁଲ ନିକଟରୁ ସତ୍ୟନାରାୟଣଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଖରାପ ଥିବାରୁ ତାଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଥାନାରେ କୈଣସି ଏତଲା ଦିଆଯାଇନଥିବା ଜଣାପଡିଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ