

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନିଶିଗନ୍ଧା ସାହିତ୍ୟ ସଂସଦର ପ୍ରଥମ ବାର୍ଷିକ ସାହିତ୍ୟ ସମ୍ବର୍ଦ୍ଧନା ସମାରୋହ ରୋଟାରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ତଥା ସାଂସଦ ସଭାପତି ନାରାୟଣ ଚନ୍ଦ୍ର ସେନାପତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ବରେଣ୍ୟ ଅତିଥି ମହାନ ସାହିତ୍ୟ ସ୍ରଷ୍ଟା ଡ଼ଃ ହୁସେନ ଗାନ୍ଧୀ,ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଶଙ୍କର୍ଷଣ ପରିଡା ତଥା ସମ୍ମାନିତ ଅତିଥି ଭାବେ ସମାଜସେବୀ ମଞ୍ଜୁଳା ତ୍ରିପାଠୀ,ଚିତ୍ରରାଣୀ ପାତ୍ର,ଡ଼ଃ ଲକ୍ଷ୍ମଣ ସାହୁ ଆଦି ମଞ୍ଚାସୀନ ହୋଇଥିଲେ । ପ୍ରତିଷ୍ଠାତା ବଳରାମ ତରାଇ ବିବରଣୀ ପଠନ ସଂଗେ ସଂଗେ ସଭାପତି ଶ୍ରୀ ସେନାପତି ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ।ଅତିଥିଗଣଙ୍କ ଅମୃତବଚନରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇଥିଲେ । ଶିକ୍ଷାମନ୍ତ୍ରୀଙ୍କ କରକମଳରେ ନିଶିଗନ୍ଧା ପ୍ରତିଷ୍ଠାତା ବଳରାମ ତରାଇଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସିତ କରି ହରେକୃଷ୍ଣ ମହତାବ ସ୍ମୃତି ସମ୍ମାନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ପ୍ରତିଭାକୁ ସମ୍ମାନ ଜଣାଇ ସଭାପତି ଶ୍ରୀ ସେନାପତିଙ୍କୁ ବ୍ୟାସ କବି ଫକୀରମୋହନ ସ୍ମୃତି ସମ୍ମାନ, ଉପଦେଷ୍ଟା ସଂଗୀତା ଦାଶଙ୍କୁ ନିଷିଗନ୍ଧା ଶିକ୍ଷ୍ୟାଜ୍ୟୋତି ସମ୍ମାନ ଅର୍ପଣ କରାଯିବା ସଙ୍ଗେ ଅନ୍ୟୁନ ପଞ୍ଚାବନ ପ୍ରତିଭାଙ୍କୁ ବିଭିନ୍ନ ଉପାଧିରେ ସମ୍ମାନିତ କରାଯାଇଥିଲା । ତତ୍ପରେ କବିତା ପଠନ ପର୍ଯ୍ୟାୟରେ ସତୁରୀ ଜଣ ସାହିତ୍ୟ ସାଧକ ସାଧିକାଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା । ଅତିଥି ଅଧିକାରୀଙ୍କ କରକମଳରେ ନିଷିଗନ୍ଧା ଅଡିଓ ଓ ପତ୍ରିକା ଉନ୍ମୋଚନା ହେବାବେଳେ ବନଜା ମିଶ୍ରଙ୍କ ସଂଗୀତ ମୂର୍ଚ୍ଚନା ସଭିଙ୍କୁ ଆନନ୍ଦିତ କରିଥିଲା । ସମ୍ପାଦକ ମାନସ ମିଶ୍ର,ସହସମ୍ପାଦକ ଅକ୍ଷୟ କର୍ଣ୍ଣ, ଉପଦେଷ୍ଟା କବିତା ମହାନ୍ତି, ରୀତା ଅପରାଜିତା ମହାନ୍ତି, ପଲ୍ଲବୀ ଦାସ, ପ୍ରଜ୍ଞା ପରିମିତା ପଣ୍ଡା ଓ ମୋନାଲିସା ପ୍ରିୟଦର୍ଶିନୀଙ୍କ କାର୍ଯ୍ୟକ୍ରମ ପରିଚାଳନା ସଭିଙ୍କୁ ବାନ୍ଧି ରଖିଥିଲା । ଶେଷରେ ମାନନୀୟା ସଂଗୀତା ଦାଶ ଉପଦେଷ୍ଟାଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
