

ବ୍ରହ୍ମପୁର(ସମୃଧଓଡିଶା)କୋଲକାତାର ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ନିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେରେ ତୀବ୍ର ପ୍ରତିବାଦ ଦେଖାଦେଇଛି। ସମାଜ ପାଇଁ ଏହିପରି ଘଟଣା ଅତି ନିନ୍ଦନୀୟ । ନିଷ୍ଟ ବିଶ୍ୱବିଦ୍ୟାଳୟର ଏନଏସଏସ କ୍ଳବ ଏବଂ ଆଡ଼ କ୍ଳବ ତରଫରୁ ଛାତ୍ର ଛାତ୍ରୀ ମାନେ କବିତା, ଅଭିନୟ ନାଟକ କରି ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାକ କୋଅର୍ଡିନେଟର ପ୍ର. ସରୋଜ ପାଢ଼ୀଙ୍କ ତତ୍ୱାବଧାନରେ ଆୟୋଜିତ କରାଯାଇଥିଲା। ଏହି ଅବସରରେ ଭାରପ୍ରାପ୍ତ କୁଳପତି ଡ଼.ପି.ରାଜେଶ କୁମାର, ପ୍ରଶାସନ ମୁଖ୍ୟ ଇଂ ସୟଦ ସୁଲେମାନ ଅଲି, ଭାରପ୍ରାପ୍ତ କୁଳସଚିବ ଡଃ ବିଷ୍ଣୁକର ନାୟକ, ହଷ୍ଟେଲ ସୁପେରିଟେଣ୍ଡଣ୍ଟ ଡ଼. ସସ୍ମିତା ପାଢ଼ୀ ଛାତ୍ର ଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । ଏହାପରେ ମୃତ ଆତ୍ମାର ସଦଗତି ପାଇଁ ମହମବତୀ ଧରି ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ଶୋଭାଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ଼.ପ୍ରୀତି ରଞ୍ଜନ ସାହୁ,ଏମଡି. ରିଆଜୁଦିନ, କ୍ଷୀରାବ୍ଦି ତନୟା ନାୟକ, ଏବଂ ପିତାମ୍ବର ସାହୁ ସହାୟତା କରିଥିଲେ ।
ରିପୋର୍ଟ୍:ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା