

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ନିୟତୀର ପ୍ରତିଷ୍ଠାତା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସେବା ନିବୃତ) ଡକ୍ଟର ପୂର୍ଣ୍ଣଚନ୍ଦ୍ର କୋରା ଯୋଗଦାନ କରି ମାନସିକ ଅନଗ୍ରସର ପିଲାଙ୍କୁ ଶିକ୍ଷା ଓ ତାଲିମ ଦେବା ସବୁଠାରୁ କଷ୍ଟ ସାଧ୍ୟ ତଥାପି ଗଜପତିର ଏକମାତ୍ର ମାନସିକ ଅନଗ୍ରସର ଅନୁଷ୍ଠାନ ନିୟତୀ ୧୯୯୮ ସାଲ ଠାରୁ ଅବାରିତ ସେବା ଯୋଗାଇ ଆସୁଛନ୍ତି । ସବୁବର୍ଗର ଭିନ୍ନକ୍ଷମଙ୍କୁ ସମାଜର ସ୍ୱାବଲମ୍ବନଶୀଳ କରିବା ପାଇଁ ସମସ୍ତେ ସଦା ସର୍ବଦା ଆଗଭର ହେବା ବାଞ୍ଛାନିୟ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅନିତା ଅଧିକାରୀ, ଇନଜିନିୟର ଅରକ୍ଷିତ ପାତ୍ର, ଅରୁପାଞ୍ଜଳି ମହାନ୍ତି, ମଞ୍ଜୁଳା ପାତ୍ର, ତନୁଜା ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଅଧ୍ୟକ୍ଷା ସ୍ନେହ ଲତା ପାଣିଗ୍ରାହୀ, ଶିକ୍ଷିକ। ଜ୍ୟୋଷ୍ଣା ଡାକୁଆ, ଶିକ୍ଷକ। ଶାଶ୍ୱତୀ ବେବର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା







