

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ନୀତା ନୃତ୍ୟାଙ୍ଗନାର ଗ୍ରୀଷ୍ମକାଳୀନ ନୃତ୍ୟ ଶିବିର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ନୀତା ନୃତ୍ୟାଙ୍ଗନାର ତୃତୀୟ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଗ୍ରୀଷ୍ମକାଳୀନ ନୃତ୍ୟ ଶିବିର ଗତକାଲି ଠାରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୧୯ ତାରିଖ ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମ ଢେଙ୍କାନାଳର ଗୋପବନ୍ଧୁ ଟାଉନ ହଲ ଠାରେ ଅନୁଷ୍ଠିତ କରାଯାଇଛି । ଏହି ଅବସରରେ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼. ଦୁର୍ଗାମାଧବ ପୃଷ୍ଟି, ଓଡିଶା ନୃତ୍ୟ ଗୁରୁ ରାସବିହାରୀ ଦେହୁରୀ, ସମାଜସେବୀ ଭରତ ଭୂଷଣ ବେହେରା, ଶିବିର ଅଧ୍ୟକ୍ଷ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଓ ନିର୍ଦ୍ଦେଶକ, ଶ୍ରୀ ଗୁରୁକୁଳ ଡ଼. ଅଜିତ କୁମାର ରଣା ଯୋଗ ଦେଇଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
