

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲା କୋଏଲ ନଗର ସି ବ୍ଲକ୍ ସ୍ଥିତ ନୀଳାଚଳ ଯୁବ ପରିଷଦର ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଗଜାନନଙ୍କ ପୂଜା ମହାସମାରୋହରେ ପାଳିତ ହେଉଛି। ପରିଷଦର ସଭାପତି ରାଜେଶ ମହାରଣା, କାର୍ଯ୍ୟକାରୀ ସଭାପତି ଦେବଦତ୍ତ ସାହୁ, ସମ୍ପାଦକ ସମୀର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହେଉଥିବା ଏହି ପୂଜାରେ ପୂଜକ ଭାବେ କୈବଲ୍ୟ ନନା ଦାୟିତ୍ଵ ତୁଲାଇଥିଲେ। ଏହି ପୂଜା ୪ ଦିନ ଧରି ଚାଲିବାକୁ ଥିବା ବେଳେ ଦ୍ବିତୀୟ ଦିନରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ ଓ ଦରିଦ୍ର ନାରାୟଣଙ୍କୁ ସେବା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିନୋଦ, କ୍ରିଷ୍ଣା,ସୋନୁ,ପ୍ରିୟାଂଶୁ, ଆଦିତ୍ୟ, ବିନିତା, ନମ୍ରତା,ନିକିତା, ପ୍ରିୟଦର୍ଶିନୀ, ଅପର୍ଣ୍ଣା, ବିଜୟଲକ୍ଷ୍ମୀ, ସନ୍ତୋଷିନୀ, ଦୀପିକା, କାଞ୍ଚନ ପ୍ରିୟଦର୍ଶିନୀ, ଜିତେନ୍ଦ୍ର,ମିଲି,ବେବି, ମୀନାକ୍ଷୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏକ ଆଧ୍ୟାତ୍ମିକ ପରିବେଶ ଓ ସମସ୍ତଙ୍କ ମଧ୍ୟରେ ସୈାହାର୍ଦ୍ଧପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ପୂଜା ଅନୁଷ୍ଠିତ ହେଉଥିବାରୁ ପ୍ରତ୍ୟେହ ଜନଗହଳି ହେଉଥିବା ଜଣାପଡ଼ିଛି।
ରିପୋର୍ଟ : ରଜତ ମହାପାତ୍ର