

ଗୋପାଳପୁର (ସମୃଦ୍ଧ ଓଡିଶା ) ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ନୁଆଁ ଗୋଳାବନ୍ଧ ଗାଁ ରେ ଅଚାନକ ଅଗ୍ନିକାଣ୍ଡ ଘଟି ଗତକାଲି ରାତିରେ ୫ଟି ପରିବାରର ଚାଳ ଘର ସହ ସମସ୍ତ ଆସବାବ/ଜିନିଷ ପତ୍ର ପୋଡିଯିବା ଫଳରେ ସେମାନେ ସର୍ବସ୍ୱାନ୍ତ ହୋଇଛନ୍ତି । ଜେ. ସନ୍ୟାସୀଙ୍କ ଘରୁ ପ୍ରଥମେ ନିଆଁ ବାହାରି ଜେ. ଚେନେୟା, ଜେ. ବାବାଜୀ, ଏସ.କରଲେୟା, ଏସ. ଇଗ୍ନେସୁଙ୍କ ଘର ପୋଡି ଯାଇଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଜେ. ସନ୍ତାସିଙ୍କ ଘରେ ଥିବା ଚାଉଳ, ଲୁଗା ପଟା, ଆସବାସ ପତ୍ର ସହ ନଗଦ ୫୦ ହଜାର ଟଙ୍କା, ଜେ. ଚେନେୟାଙ୍କ ଆସବାସ ପତ୍ର ସହ ନଗଦ ୩୦ ହଜାର ଟଙ୍କା, ଜେ. ବାବାଜୀଙ୍କ ଜିନିଷ ପତ୍ର ସହ ନଗଦ ୧୫ ହାଜର ଟଙ୍କା, ଏସ.କରଲେୟା ଓ ଏସ.ଇଚେସୁ ଙ୍କ ମଧ୍ୟ ଲକ୍ଷାଧିକ ଟଙ୍କାର ଘର କରଣା ଜିନିଷ ପୋଡି ଯାଇଥିବା ଖବର ଜଣାପଡିଛି । ଏହି ଖବର ପାଇ ଅଗ୍ନିଶମ ବିଭାଗର ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବ୍ଲକ ବିଡ଼ିଓ କୁମାର ନାଗ ଭୂଷଣ, ଜେଇ. ପ୍ରଫୁଲ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଗାଁରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ୩ ଦିନ ରୋଷେଇ କରି ଖାଦ୍ୟ ବଣ୍ଟନ ସହ ତାରପାଲିକୁ ପ୍ରଦାନ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

