

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୨୦୧୯ ସାଧାରଣ ନିର୍ବାଚନର ସଂକଳ୍ପ ପତ୍ର ତଥା ନିର୍ବାଚନ ଇସ୍ତାହାର ପାଇଁ ବିଜେପି ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ ବିଶେଷଜ୍ଞ ମାନଙ୍କ ଠାରୁ ପରାମର୍ଶ ନେଉଛି । ମୁଖ୍ୟତଃ ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ନିର୍ବାଚନ ସଂକଳ୍ପ ପତ୍ର ପକାଶ କରିବାକୁ ଲକ୍ଷ୍ୟ ରଖିଛି ବୋଲିି ସଂକଳ୍ପ ପତ୍ର ସମିତିର ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ସୂଚନା ଦେଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ସଂକଳ୍ପ ପତ୍ର ସମିତିର ଅଧ୍ୟକ୍ଷ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ ବିଶେଷଜ୍ଞ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ବିଶେଷଜ୍ଞ ଡଃ ଚିତରଂଜନ ମିଶ୍ର, ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଅଭିଜ୍ଞ ଚନ୍ଦନ ଓଖଳ ଓ ବ୍ରହ୍ମା ମିଶ୍ର, ପରିବେଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ଅଭିଜ୍ଞ ପ୍ରଫେସର ସୀତାରାମ ପାତ୍ର, ମତ୍ସ୍ୟ ଓ ପଶୁ ସଂପଦ ବିଭାଗ, ଗଣମାଧ୍ୟମ ଓ ଗଣଯୋଗାଯୋଗ ବିଭାଗ, ରିଅଲ ଇଷ୍ଟେଟ, କଳା ଓ ସଂଗୀତ ପ୍ରସ୍ଥତି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଅଭିଜ୍ଞ ବିଶେଷଜ୍ଞ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଏବଂ ରାଜ୍ୟର ସାଂପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ସମାଜର ସାଧାରଣ ଲୋକଙ୍କ ଦାବି ଏବଂ ଆବଶ୍ୟକତାକୁ ନେଇ ଚଳିତ ବର୍ଷ ସଂକଳ୍ପ ପତ୍ର ବିଜେପି ପକ୍ଷରୁ ପ୍ରକାଶ କରାଯିବ । କୃଷି, ସ୍ୱାସ୍ଥ୍ୟ , ଶିକ୍ଷା, ଗମନାଗମନ, ନିଯୁକ୍ତି, ମହିଳା ସୁରକ୍ଷା,ଶିଶୁ କୁପୋଷଣ, ଆଦିବାସୀ କଲ୍ୟାଣ ଭଳି ଅନେକ କ୍ଷେତ୍ରକୁ ଦିଆଯିବ ପ୍ରଧାନ୍ୟ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଏକ ବାକ୍ସ ମାଧ୍ୟମରେ ସାଧାରଣ ଜନତା ସେମାନଙ୍କ ବହୁମୂଲ୍ୟ ମତାମତ ଦେଉଛନ୍ତି । ଏହା ସହ ୱେବ ସାଇଟ ମାଧ୍ୟମରେ ସାଢେ ୪ କୋଟି ଓଡିଆଙ୍କ ଠାରୁ ମତାମତ ନିଆଯାଉଛି । ପୂର୍ବରୁ ବିଜେପି ଜନ ପରାମର୍ଶ ପଦ ଯାତ୍ରାରେ ସାମିଲ ହୋଇ ଅନେତ ମତାମତ ନେଇଛି । ଆଗାମୀ ଦିନରେ ସାଧାରଣ ଲୋକର ସ୍ୱପ୍ନ ଏବଂ ସମ୍ଭାବନାକୁ ନେଇ ରାଜ୍ୟ ବିଜେପି ସଂକଳ୍ପ ପତ୍ର ପ୍ରସ୍ତୁତ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏହି ବୈଠକରେ ସଂକଳ୍ପ ପତ୍ର ସମିତିର ଆବାହକ ସୁଦର୍ଶନ ନାୟକ, ସମିତିର ସଦସ୍ୟ ତଥା ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଦୀପ ନାୟକ, ବିଜେପି ବାର୍ତାର ମୁଖ୍ୟ ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଆକାଶ ମିଶ୍ର
