

ହିଞ୍ଜିଳିକାଟୁ:(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଗଣ୍ଡଳା ଗ୍ରାମ ର ଶ୍ରୀ ବେଲେଶ୍ୱର ଡ଼ିଗ୍ରୀ ମହାବିଦ୍ୟାଳୟ ରେ ୦୭/୦୨/୨୦୨୪ତାରିଖ ବୁଧବାର ଦିନ ନୂଆ ଓ ଓଡ଼ିଆ ପ୍ରତିଯୋଗିତା ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି କଲେଜ ର ଅଧକ୍ଷ ଶ୍ରୀ ରାମ କୃଷ୍ଣ ଗୌଡ଼ ଙ୍କ ତତ୍ୱବଧାନ ରେ ଆୟୋଜିତ ବିଶ୍ୱ ଓଡ଼ିଆ ଭାଷା ସର୍ମିଳନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡ଼ . ଶ୍ରୀ କୈଳାସ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିଲେ l ମୁଖ୍ୟ ବକ୍ତା ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଶ୍ରୀ ଡ଼ ନୃସିଂହ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ ଶ୍ରୀ କାଳୁ ଚରଣ ନାୟକ ଅଧ୍ୟାପକ ଓଡ଼ିଆ ବିଭାଗ ଯୋଗ ଦେଇଥିଲେ ଏବଂ ସଂଯୋଜିକା ନର୍ମଦା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ lଛାତ୍ର. ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଦେଖି ଅବିବାହାକ ମହଲ୍ ରେ ଖୁସିର ଲହରୀ ଖେଳିଯାଇଥିଲା l ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରି ଥିଲେ l
ରିପୋର୍ଟ : ରଜତ ପଟ୍ଟନାୟକ