ନୂଆ ପେନସନକୁ ରଦ୍ଦ କରି ପୁରୁଣା ପେନସନ ଲାଗୁ କରିବାକୁ ଦାବି କରି ଜାତୀୟ ଆନ୍ଦୋଳନର ଡାକରା:୨୬ରେ ଦିଲ୍ଲୀରେ ହେବ ପାର୍ଲିଆମେଣ୍ଟ ଘେରାଉ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତ ସୋମବାର ଦିନ ଭୁବନେଶ୍ୱରରେ ଥିବା ଓଡିଶା କର୍ମଚାରୀ ମହାମଞ୍ଚ ଭବନରେ NMOPS (ପୁରୁଣା ପେନସନ ପାଇଁ ଜାତୀୟ ଆନ୍ଦୋଳନ)ର ଏକ ପ୍ରେସ ବିଜ୍ଞପ୍ତିରେ ଓଡିଶା ପ୍ରଭାରୀ ଜାତୀୟ ଆନ୍ଦୋଳନର ମହାସଚିବ ଶ୍ରୀ ସ୍ଥିପ୍ରଜ୍ଞାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ ଦାବି ମୁତାବକ ନୂତନ ପେନସନ ଯୋଜନା (NPS)କୁ ରଦ୍ଦ କରି ପୁରୁଣା ପେନସନ ବ୍ୟବସ୍ଥା ତୁରନ୍ତ ଲାଗୁ କରିବା ସହ ଅନ୍ୟାନ୍ୟ ସୁବିଧା ଯୋଗାଇବାକୁ ସରକାରଙ୍କ ଦୃଷ୍ଟି ଗୋଚର ପାଇଁ ସେମାନେ ମେଳି ହୋଇଛନ୍ତି । ଆସନ୍ତା ନଭେମ୍ବର ୨୬ତାରିଖରେ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି । ସେଠାରେ ପାର୍ଲାମେଣ୍ଟ ଘେରାଉ କରିବା ଓ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଡାକରା ଦିଆଯାଇଛି । ଏହି ଆନ୍ଦୋଳନରେ ଓଡିଶାର ସମସ୍ତ ବିଭାଗର ଏନ.ପି.ଏସ. କର୍ମଚାରୀମାନେ ବହୁ ସଂଖ୍ୟାରେ ସାମିଲ ହୋଇ ଦିଲ୍ଲୀ ଯିବାକୁ ଆହ୍ୱାନ ଦିଆଯାଇଛି । ଏଥିପାଇଁ ଓଡ଼ିଶାର ଏକ ଆଠ ଜଣିଆ ଆବାହକ ମଣ୍ଡଳୀ ଯଥା ସୁଶାନ୍ତ କୁମାର ବେହେରା, ଅକ୍ଷୟ କୁମାର ମଲ୍ଲିକ, ବଙ୍କିମ ଚରଣ ସାଗର, ପୂର୍ଣ୍ଣଚନ୍ଦ୍ର ଆଏଚ, ପ୍ରମୋଦ କୁମାର ଭଞ୍ଜ, ବିଜୟ କୁମାର ମଲ୍ଲ, ଇଫତେଖାର ଅହମ୍ମଦ, ରବୀନ୍ଦ୍ର କୁମାର ପ୍ରଧାନ ପ୍ରମୁଖଙ୍କୁ ଅସ୍ଥାୟୀ କୋର କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇ ଆସନ୍ତା ୨୬ ତାରିଖରେ ପାର୍ଲିଆମେଣ୍ଟ ଘେରାଉ ଆନ୍ଦୋଳନରେ ସାମିଲ ହୋଇ ଆନ୍ଦୋଳନକୁ ସଫଳ କରିବାକୁ ଦାୟିତ୍ଵ ଦିଆଯାଇଛି । ଓଡ଼ିଶାର କାର୍ଯ୍ୟରତ ସମସ୍ତ ବର୍ଗର ନୂତନ ପେନସନ ଯୋଜନଧାରୀ କର୍ମଚାରୀମାନଙ୍କୁ ଏଥିରେ ସାମିଲ ହୋଇ ଦିଲ୍ଲୀ ଆସି ଆନ୍ଦୋଳନରେ ସାମିଲ ହେବାକୁ କୁହାଯାଇଛି । ଏହି ଆଲୋଚନାରେ କେଶବ ଚନ୍ଦ୍ର ସାହୁ, ପ୍ରସନ୍ନ କୁମାର ମହାପାତ୍ର, ଉତ୍ତମ ଦାସ, ଦାମିନୀକାନ୍ତ ପଣ୍ଡା, ଜିତ ରଞ୍ଜନ ମହାପାତ୍ର, ଯୁଧିଷ୍ଠିର ସାହୁ, କିଶୋର ପଟ୍ଟନାୟକ, ସୁନିତା ପଣ୍ଡା, ମୀନ ସାହୁ, ଆରତିଭଞ୍ଜନ ସାହୁ, ଅମରେଶ ପଣ୍ଡା, ପ୍ରସନ୍ନ କୁମାର ଆଚାର୍ଯ୍ୟ, ବୃନ୍ଦାବନ ସାହୁ, ସୁଶାନ୍ତ ନାଥ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ବୋଲି ପୁରୁଣା ପେନସନ ପାଇଁ ଜାତୀୟ ଆନ୍ଦୋଳନର କର୍ମକର୍ତ୍ତାମାନେ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ରିପୋର୍ଟ : ବିଜୟ କୁମାର ମଲ୍ଲ