

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ନୂତନ ଟ୍ରାଫିକ୍ ନିୟମକୁ ନେଇ ଗଜପତି ଜିଲ୍ଲା ପୋଲିସ ଏବଂ ଇଣ୍ଡିଆନୟ ୟୁଥ ଆସୋସିଏସନଙ୍କ ମିଳିତ ଆନୁକୂଲ୍ୟରେ ଏକ ଅଭାବନୀୟ ଢଙ୍ଗରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଫାୟର ଷ୍ଟେସନ ଛକ ଠାରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ଚାବି ରିଙ୍ଗ ସହ ଷ୍ଟିକର ଏବଂ ପଇଡ ଦେଇ ମୁଁ ବି ମାନୁଛି ଟ୍ରାଫିକ ନିୟମ, ଆପଣ ମଧ୍ୟ ମାନନ୍ତୁ କହି ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଗାଡିଚାଳକ ମାନଙ୍କୁ ଇଣ୍ଡିଆନ ୟୁଥ ଏସୋସିଏସନ ପକ୍ଷରୁ ଚାବି ରିଙ୍ଗ ଗାଡି ଷ୍ଟିକର ଆଦି ଦେଇଥିଲେ । ସେହିପରି ଗଜପତି ପୋଲିସ ପକ୍ଷରୁ ଯେଉଁମାନେ ଟ୍ରାଫିକ ନିୟମ ମାନି ଗାଡି ଚଳାଉଥିଲେ ସେମାନଙ୍କୁ ପଇଡ ଦେଇ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ବାପି ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ସି-ଟିମ, ୟୁଥ ସଂଗଠନ ଜନସମ୍ପର୍କ ଅଧିକାରୀ ଆଦିତ୍ୟ ସାମଲ, ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ ଗଜପତି ପୋଲିସ କର୍ମଚାରୀମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା