

ଛତ୍ରପୁର (ସମୃଦ୍ଧ ଓଡିଶା) ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଅଗ୍ରଣୀ ଆଦର୍ଶ ଥାନା ଛତ୍ରପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ସତ୍ୟ ରଞ୍ଜନ ପ୍ରଧାନ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ଅବସରରେ ଥାନାର ସମସ୍ତ କର୍ମଚାରୀ ଓ ଅଫିସର ସ୍ତରରେ ପ୍ରଥମେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଓ ଅଭିନନ୍ଦନ ଜଣାଯାଇଥିଲା । ଥାନା ପରିସରରେ ତାଙ୍କୁ ଗାଡ୍ଫଅନର ଦେଇଥିଲେ । ପୂର୍ବରୁ ଏହି ଥାନାରେ ଥିବା ଥାନା ଅଧିକାରୀ ପ୍ରିୟ ରଞ୍ଜନ ଛୋଟ ରାୟଙ୍କ ପୁରୁଷତ୍ତମପୁର ଥାନାକୁ ବଦଳି ହୋଇଥିବା ବେଳେ ଖୋଲିକୋଟ ଥାନାର ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ଛତ୍ରପୁର ଥାନାକୁ ବଦଳି ହୋଇଥିଲା । ଆଜି ଦାଇତ୍ୱ ନେଲା ପରେ ଛତ୍ରପୁର ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ସହ, ଟ୍ରାଫିକ ସମସ୍ୟା, ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବା ଓ ପୋଲିସ ପେଟ୍ରୋଲିଂକୁ କଡାକଡି ଭାବରେ ପାଳନ କରିବା ଉପରେ ପ୍ରତିଶୃତି ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
