ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାର ଲୋକମାନଙ୍କ ଯିବା ଆସିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କଂକ୍ରିଟ ରାସ୍ତା ନିର୍ମାଣ କରୁଥିବା ବେଳେ ମାତ୍ର ନିର୍ମାଣର ୧୦ ଦିନ ମଧ୍ୟ ଫାଟି ଆଁ କରିଛି । ପୂର୍ବରୁ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ଉପରେ ଅତି ନିମ୍ନ ମାନର ପତଳା କଂକ୍ରିଟ ଢାଳି କାର୍ଯ୍ୟ ହୋଇଥିବାରୁ ଏହା ଫାଟି ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଜଳେଶ୍ୱର ବ୍ଳକ ଅନ୍ତର୍ଗତ ନଛିମ ପୁର ପଞ୍ଚାୟତର ନାଙ୍ଗୁଡସାହି ଗ୍ରାମର ଅଶୋକ ଦାସ ଘର ଠାରୁ ୬୦ନଂ ଜାତୀୟ ରାଜପଥ ଭାୟା ନାଙ୍କୁଡସାହି ରେଳ ଫାଟକ ପର୍ଯ୍ୟନ୍ତ ରାସ୍ତାଟି ଅତି ଶୋଚନିୟ ହୋଇ ପଡିଥିବା ବେଳେ ନିକଟରେ ୨ଲକ୍ଷ୩ହଜାର ୩୫୨ ଟଙ୍କା ବ୍ୟୟରେ ପଂଚଦଶ ଅର୍ଥ କମିଶନ ଜରିଆରେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା । ମାତ୍ର ନିର୍ମାଣର ମାତ୍ର ୧୦ ଦିନ ମଧ୍ୟରେ ଏହା ଫାଟି ଯିବାରୁ ଗ୍ରାମବାସୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଜି ଗ୍ରାମବାସୀମାନେ କେତେକ ସାମ୍ବାଦିକ ମାନଙ୍କୁ ଏ ସମ୍ପର୍କରେ ସୂଚନା ଦେବା ସହିତ ନିମ୍ନ ମାନର ରାସ୍ତାକୁ ତଦନ୍ତ କରାଯିବା ଲାଗି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଚଚେତ୍ ଆସନ୍ତା ଦିନରେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପୂର୍ବତନ ସରପଂଚ ବିନୟ ଜେନା, ସପନ ଜେନା, ଜୟନ୍ତ ଜେନା, ତପନ ଜେନା, ଆଦିକାନ୍ଦ ଦାସ, ବଳରାମ ପାତ୍ର, ପିଙ୍କୁ ଦାସ, ବିକ୍ରମ ପାତ୍ର ପମୁଖ ଜଳେଶ୍ୱର ବିଡିଓ, ୫ଟି, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା