ନୂତନ ପଞ୍ଚାୟତ ଗୃହ ଲୋକାର୍ପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜନସଚେତନତା ବିନା ଗଣତନ୍ତ୍ର ରାଷ୍ଟ୍ରରେ ବିକାଶ ଅସମ୍ଭବ । ସରକାର ଓ ଜନସାଧାରଣ ପ୍ରତ୍ୟେକଙ୍କର ଏଥିଲାଗି କର୍ତ୍ତବ୍ୟ ରହିଛି ବୋଲି ଖୁଲୁଡାଠାରେ ନୂତନ ପଞ୍ଚାୟତ ଗୃହକୁ ଲୋକାର୍ପିତ କରି ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି । ଲୋକଙ୍କ ବିକାଶ ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ୫ଟି ସଚିବ ଓ ମୋ ସରକାର ଏହି କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ନିତ କରିବାରେ ସହାୟକ ହୋଇଛି । ୩୫ଲକ୍ଷ ଟଙ୍କା ବ୍ୟୟରେ ପଞ୍ଚାୟତ ଗୃହ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଏହାର ସର୍ବାଙ୍ଗୀନ ଉନ୍ନତି, ବୃକ୍ଷରୋପଣ, ପରିସ୍କାର ପରିଛନ୍ନତା, ପ୍ରତ୍ୟେକ ଲୋକଙ୍କ ଜନସହଯୋଗ ରହିଲେ ଏହା ସମ୍ଭବ ହୋଇପାରିବ ବୋଲି କହିଥିଲେ । ପଞ୍ଚାୟତ ବିକାଶ ଲାଗି ପଞ୍ଚାୟତର ରାଜସ୍ୱ ବଢାଇବା ଏବଂ ସମ୍ମିଳିତଭାବେ କରୋନାକୁ ପ୍ରତିହତ କରିବା ଉଚିତ୍ ବୋଲି ବିଧାୟକ ଶ୍ରୀ ପାତ୍ର କହିଛନ୍ତି । ଏଥିରେ ଅଧ୍ୟକ୍ଷତା କରି ପୂର୍ବତନ ସରପଂଚ ଜ୍ୟୋତିର୍ମୟ ଆଚାର୍ଯ୍ୟ ଜଳେଶ୍ୱର ବ୍ଲକରେ ୮ଟି ପଞ୍ଚାୟତ ନୂତନ ଭାବେ ଗଠନ ହୋଇଥିଲେ ମଧ୍ୟ କେବଳ ଖୁଲୁଡା ପଞ୍ଚାୟତ ଗୃହ ନିର୍ମାଣ ଶେଷ କରିଥିବା ସଂପର୍କରେ କହିଥିଲେ । ଏହି ଅବସରରେ ସରପଂଚ ପାର୍ବତୀ ବାସ୍କେ, ମାନସ ଜେନା, ଭୂପତି ମିର୍ଦ୍ଧା, ନାରାୟଣ ପାଣିଗ୍ରାହୀ, ରଜନୀକାନ୍ତ ଜେନା, ଅନନ୍ତ ରାଉଳ, ରବିନ୍ଦ୍ର ବେହେରା, ଗୁରୁପ୍ରସାଦ ପ୍ରଧାନ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା