

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡ଼ି ପଞ୍ଚାୟତର ବି.ଭାଲିଆମାଳ ଗ୍ରାମରେ ନୂତନ ବର୍ଷର ଅଭିନନ୍ଦନ ଶବର ମହୋତ୍ସବ-୨୦୨୦ ଉପଲକ୍ଷେ ସଚେତନତା ଉପରେ ଆଧାରିତ ନାଟକ “ମଦ ମୁକ୍ତ ମୋ ଗାଁ” ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି ଅବସରରେ ସରପଞ୍ଚ, ସମିତି ସଭ୍ୟ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପଞ୍ଚାୟତର ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

