ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରେମଚନ୍ଦ୍ର ଚୌଧୁରୀ ନୂତନ ବିଏମସି କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିଏମସିର ସମସ୍ତ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ପ୍ରେମଚନ୍ଦ୍ର ଚୌଧୁରୀ ତାଙ୍କ ପ୍ରତିକ୍ରିୟା ରଖି କହିଥିଲେ ପ୍ରଥମେ ଡ୍ରେନେଜ ଓ ସ୍ୱେରେଜ ବ୍ୟବସ୍ଥା ସଜାଡ଼ିବା ମୁଖ୍ୟ ଲକ୍ଷ୍ୟ ରହିଛି । ସ୍ମାର୍ଟ ସିଟିର ବିକାଶ ପାଇଁ କାମ କରିବା ସହ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିବି । ଏହା ହିଁ ମୋର ପ୍ରଥମ ଲକ୍ଷ ଏବଂ କର୍ତ୍ତବ୍ୟ ବୋଲି ସେ କହିଛନ୍ତି । ଏହାସହ ପୂର୍ବରୁ ସେ ଗଂଜାମ ଓ କେନ୍ଦ୍ରାପଡା ଜିଲ୍ଲାପାଳର ଦାୟିତ୍ୱ ତୁଲାଇଛନ୍ତି । ବର୍ତ୍ତମାନ ସେ ବିଏମସି କମିଶନର ଭାବେ ଦାୟିତ୍ୱ ତୁଲାଇବେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା