
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଥାନା ଅନ୍ତର୍ଗତ ଶାଳିକୋଠା ଗ୍ରାମର ସୁଧାଂଶୁ ସେଖର ପ୍ରଧାନଙ୍କ ବାସଭବନରେ ବାବା ଶିରିଡିସାହିଙ୍କର ଏକ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଛି । ଏହାକୁ ଲୋକନାଥ ଧର ପରିଚାଳନା କରିଥିଲେ । ଏଥିରେ କାକ ଆଳତୀ, ବିଗ୍ରହ ପ୍ରତିଷ୍ଠା, ସାଇ ସହସ୍ର ନାମଜପ, ଷୋଡଶ ଉପଚାର ପୂଜାର୍ଚ୍ଚନା, ଶ୍ରୀଗୁରୁ ଭାଗବତ, ସ୍ତବନ ମଂଜରୀ ପଠନ, ହୋମ ଇତ୍ୟାଦି ହୋଇଥିଲା । ଏହି ସମାରୋହରେ ସଂଧ୍ୟାରାଣୀ ପ୍ରଧାନ, ହିମାଂଶୁ ସେଖର ପ୍ରଧାନ, ହେମାଙ୍ଗିନୀ ପ୍ରଧାନ, ଡ. ସୀତାଂଶୁ ସେଖର ପ୍ରଧାନ, ମାନସୀ ପ୍ରଧାନ, ସୁବ୍ରତ ପ୍ରଧାନ, ମଧୁସ୍ମିତା ପ୍ରଧାନ ପ୍ରମୁଖ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସଂଧ୍ୟା ସମୟରେ ଶିରିଡିସଇଙ୍କ ପାଲିଙ୍କିଯାତ୍ରା କରାଯଇଥିଲା । ଏହି ଯାତ୍ରାରେ ଅରକ୍ଷିତ ସାହୁ, ଭୂପତି ଭୋଇ, ଇନ୍ଦିରାକାମିଳା, ସଂଯୁକ୍ତା ଭୋଇ, ମୌସୁମି କାମିଳା, ଛବିରାଣୀ ପରିଡା, ଅସ୍ମିତା ଦାସ, ଦୀପ୍ତିରାଣୀ ପରିଡା, ସ୍ତୁତିଜା ପରିଡା ପ୍ରମୁଖ ଭଜନ ସମାରୋହରେ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି ପରିଡା