ଭୁବନେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ଜନବିରୋଧ ନୀତି ବିରୁଦ୍ଧରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶର ପ୍ରତିଷ୍ଠା ପାଇଁ ଚଳିତ ସାଧାରଣ ନିର୍ବାଚନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ “ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ”ର ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିବେ ବୋଲି ଆଜି ଫରୱାର୍ଡ ବ୍ଲକ ପାର୍ଟି ଅଫିସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଫରୱାର୍ଡ ବ୍ଲକର ଜାତୀୟ ସମ୍ପାଦକ କମ୍ରେଡ ନରେନ ଚାଟ୍ଟାର୍ଜୀ । ୭୧ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଭାରତ ବର୍ଷର ସାଧାରଣ ମଣିଷର କୌଣସି ଆଖି ଦୃଷ୍ଟିଆ ପରିବର୍ତ୍ତନ ହୋଇପାରି ନାହିଁ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଭିନ୍ନ ଦଳମାନେ ଶାସନ କ୍ଷମତାକୁ ଆସିବା ପରେ ସାଧାରଣ ଜନତାଙ୍କ ସ୍ୱାର୍ଥ ସାଧନ କରିବା ପରିବର୍ତ୍ତେ ଦେଶ ଓ ଦେଶବାସୀଙ୍କ ଶୋଷଣ କରୁଛନ୍ତି । ୭୦ ବର୍ଷ ପରେ ମଧ୍ୟ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଭଳି ଜନତାଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବାରେ ବିଭିନ୍ନ ସରକାରମାନେ ବିଫଳ ହୋଇଛନ୍ତି । ସାରା ଦେଶରେ ବିଜେପି ଓ କଂଗ୍ରେସର ଜନବିରୋଧୀ ନୀତି ଓ ରାଜ୍ୟରେ ବିଜେଡି ସରକାରର ଜନବିରୋଧୀ ନୀତି ବିରୁଦ୍ଧରେ ଫରୱାର୍ଡ ବ୍ଲକ ନେତାଜୀ ସୁଭାଷଙ୍କ ନୀତି ଓ ରାଜ୍ୟରେ ବିଜେଡି ସରକାରର ଜନବିରୋଧୀ ନୀତି ବିରୁଦ୍ଧରେ ଫରୱାର୍ଡ ବ୍ଲକ ନେତାଜୀ ସୁଭାଷଙ୍କ ସ୍ୱପ୍ନର ଭାରତ ବର୍ଷ ‘ସାଧାରଣ ଜନତାଙ୍କ ହାତରେ ଶାସନର ଡୋରୀ’ ପ୍ରତିଷ୍ଠା ପାଇଁ ଫରୱାର୍ଡ ବ୍ଲକର ସାଥିମାନେ ନିର୍ବାଚନ ଲଢ଼ିବେ ବୋଲି ଆଜି ପାର୍ଟିର ରାଜ୍ୟ କମିଟି ପକ୍ଷରୁ ଘୋଷଣା କରାଯାଇଅଛି । ଏହି ପରିପ୍ରେକ୍ଷୀରେ ପାର୍ଟି ତାର ପ୍ରଥମ ପର୍ଯ୍ୟାୟରେ ୩ ଲୋକସଭା ଆସନ ଯଥା କେନ୍ଦୁଝର ପ୍ରଫୁଲ୍ଲ କୁମାର ନାୟକ, ନବରଙ୍ଗପୁର ସୁରେନ୍ଦ୍ର ବାଲିପୁଟିଆ ଓ ଆସିକାରୁ ରାଜୀବ ଚନ୍ଦ୍ର ଖାଡେଙ୍ଗା ଫରୱାର୍ଡ ବ୍ଲକର ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରିବେ । ଅନୁରୂପ ଭାବରେ ୨୦ ଟି ବିଧାନସଭା ଆସନରୁ ଯଥା ଚିତ୍ରକୋଣ୍ଡା ସୂର୍ଯ୍ୟମଣୀ ନାୟକ, ପୋଲସରା : ସମର୍ଜିତ ମହାନ୍ତି, ପୁରୀ : ଜିତେନ୍ଦ୍ରିୟ ବେହେରା, ଘସିପୁରା : ଅଭିଜିତ ମିଶ୍ର, ଆନନ୍ଦପୁର : ନରେନ୍ଦ୍ର କୁମାର ଜେନା, ପାଟଣା : ପଦ୍ମିନୀ ଲାଗୁରୀ, କେନ୍ଦୁଝର : ରଣଜିତ ମୁଣ୍ଡା, ଚମ୍ପୁଆ : ରତିକାନ୍ତ ପରିଡା, ବାଲେଶ୍ୱର : ସର୍ବେଶ୍ୱର ମିଶ୍ର, ନିମାପଡା : ବିଜୟଲକ୍ଷ୍ମୀ ସାମନ୍ତରାୟ, ଭୁବନେଶ୍ୱର ମଧ୍ୟ : ପ୍ରଦୀପ ଦାସ, ରଣପୁର : ଦେବରାଜ ସାହୁ, ବ୍ରହ୍ମପୁର : ସିଦ୍ଧାର୍ଥ ପାଟ୍ଟଯୋଶୀ, ଚିକିଟି : ବିଭୁଦେନ୍ଦ୍ର ପାଢ଼ୀ, ରେମୁଣା : ଅନିରୁଦ୍ଧ ମଲ୍ଲିକ, ମାଲକାନଗିରି : ବିକାଶ ମଡି, କୋରାପୁଟ : ଧନୁର୍ଯ୍ୟୟ ହନ୍ତାଳ , ଚୌଦ୍ୱାର-କଟକ : ପ୍ରତିମା ନାୟକ, ବସ୍ତା : ଲକ୍ଷ୍ମୀଧର ଗିରି, ଏକାମ୍ର-ଭୁବନେଶ୍ୱର : ନାରାୟଣ ଡାଳୁଆଙ୍କୁ ପାର୍ଥୀ ଘୋଷଣା କରାଯାଇଛି । ଆଜି ଫରୱାର୍ଡ ବ୍ଲକ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଫରୱାର୍ଡ ବ୍ଲକ କମିଟିର ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଅନ୍ୟତମ ରାଜ୍ୟ ସମ୍ପାଦକ ଜିତେନ୍ଦ୍ରିୟ ବେହେରା, ରତିକାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।