


ଭୁବନେଶ୍ବର(ସମୃଦ୍ଧଓଡିଶା)କଳ୍ପନା ଛକ ନିକଟସ୍ଥ ଚିନ୍ତାମଣି ଅଞ୍ଚଳର ଶାନ୍ତନୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମଙ୍ଗଳବାର ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହା ଧୁମ୍ ଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ସମ୍ପାଦକ ଅଜୟ କୁମାର ଦାସ ଦୁଇ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ପ୍ରଦିପ ପ୍ରଜ୍ବଳନ କରିବା ପରେ ଉପସ୍ଥିତ ସମସ୍ତ କର୍ମଚାରୀ ମାଲ୍ୟାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଭୂଷଣ ତ୍ରିପାଠୀ, ଉପାଧ୍ୟକ୍ଷ ବିନୟ କୁମାର ଦାସ, ପ୍ରଧାନ ଶିକ୍ଷୟତ୍ରୀ ଡ. କାମିନୀ ମହାନ୍ତିଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ : ରଜତ ମହାପାତ୍ର