ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ସହିତ ସମ୍ବିଧାନ ସୁରକ୍ଷା ଲାଗି ଜାଠା ରଥ ପରିକ୍ରମା ପ୍ରତି ଗୁରୁତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶ ସ୍ୱାଧୀନତା ସଂଗ୍ରାମର ମହାନ ଯୋଦ୍ଧା ତଥା ଭାରତ ମାତାର ଦୁଇ ଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତି ବିଭିନ୍ନ ସ୍ଥାନରେ ପାଳିତ ହୋଇଥିବା ବେଳେ ବାଲେଶ୍ୱର ଜିଲାର ଜଳେଶ୍ୱରରେ କେତେକ ବୁଦ୍ଧିଜିବୀଙ୍କ ଦ୍ୱାରା ଗଠିତ ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ଅନୁରୂପଭାବେ ମୂରଲୀ କଲ୍ୟାଣ ମଣ୍ଡପରେ ଏକ ଆଲୋଚନା ଚକ୍ର ଆଜି ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କଂଗ୍ରେସ ଦଳର ରାଜ୍ୟ ପ୍ରବକ୍ତା ତଥା ସ୍ତମ୍ଭକାର ସୂଦର୍ଶନ ଦାସ ଅଧ୍ୟକ୍ଷତା କରି ସ୍ୱାଧିନତାର ୭୨ ବର୍ଷ ପରେ ତଥା ଗଣତନ୍ତ୍ର ପ୍ରତିଷ୍ଠାର ୭୦ବର୍ଷରେ ମଧ୍ୟ ଦେଶବାସୀ ସମ୍ବିଧାନ ସୁରକ୍ଷା କରିବାରେ ସଂପୂର୍ଣ୍ଣ ସକ୍ଷମ ହୋଇ ପାରିନାହାନ୍ତି । ତେଣୁ ସମସ୍ତ ଦେଶବାସୀଙ୍କ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଛି ବୋଲି ଆଜିର ବୈଠକରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଏଥିରେ ଦିଲ୍ଲିପ କୁମାର ଗିରି, କମଳ ଚକ୍ରବର୍ତ୍ତୀ, ଆଇନ୍‌ଜିବୀ ସତ୍ୟସୁନ୍ଦର ଦାସ, ଜିତାଂଶୁ ନନ୍ଦି, ସିତାଂଶୁ ସେନାପତି, ଫରିଦ୍ ଅହମ୍ମଦ, ପଦ୍ମଲୋଚନ ବେହେରା, ମିର୍ ଆବାସ ଅଲ୍ଲି ପ୍ରମୁଖ ସିଏଏ ଏବଂ ଏନ୍‌ଆର୍‌ସିର କୁ ପରିଣତି ସଂପର୍କରେ କହିବା ସହିତ ସମ୍ପତ୍ରି ଦେଶରେ ଚାଲିଥିବା କେତେକ ଭୁଲ ନିତୀ ସହିତ ସାମିଲ ହେଲେ ଆମେ ସମସ୍ତେ ଭବିଷ୍ୟତରେ ଭୀରୁ ହୋଇଯିବା ସମ୍ଭାବନା ରହିଛି ବୋଲି କହିଥିଲେ । ଆଗାମୀ ଦିନରେ ଏହି ସମ୍ବିଧାନ ସୁରକ୍ଷା ମଂଚ ଏକ ଜାଠା ରଥ ବାହାର କରିବ ଓ ଏହି ରଥ ସହିତ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାମାନ କରାଯାଇ ସଚେତନତା ସୃଷ୍ଟି କରିଯିବାକୁ ଆଜିର ମଂଚରେ ଆହ୍ୱାନ ଦିଆଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା