

ଗଞ୍ଜାମ (ସମୃଦ୍ଧ ଓଡିଶା) ଗତ ଶନିବାର ଦିନ ଚିଙ୍ଗୁଡ଼ିଘାଇ ସ୍ଥିତ ନେତ୍ରୋତ୍ସବ ହାଇସ୍କୁଲର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ପ୍ରଫୁଲ କୁମାର ରଥ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ବିଶିଷ୍ଟ ଶିକ୍ଷିବିତ ତଥା ଲେଖକ ଦେବୀ ପ୍ରସାଦ ସାହୁ ମୁଖ୍ୟବକ୍ତା ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଲୋକ ସେବକ ମଣ୍ଡଳର ଆଜୀବନ ସଭ୍ୟ ରାଜେନ୍ଦ୍ର କୁମାର ଜେନା ଯୋଗ ଦେଇଥିଲେ । ଅତିଥିମାନେ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟନ୍ତ ଉପାଦେୟ ପରାମର୍ଶ ଦେଇଥିଲେ । ପ୍ରଥମେ ବିଦ୍ୟାଳୟର ଚାତ୍ରଛାତ୍ରୀମାନଙ୍କ ଦ୍ୱାରା ବେଦପାଠ ଓ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ଶଶାଙ୍କ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ପବନା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ସର୍ବଶ୍ରୀ ଗୋପବନ୍ଧୁ ଖୁଣ୍ଟିଆ, ବିଷ୍ଣୁ ପ୍ରସାଦ ମିଶ୍ର, ଲଡୁ କିଶୋର ସେଠି, ମଞ୍ଜୁଳା ପାଣିଗ୍ରାହୀ, ଭାସ୍କର ସେନାପତି ଏବଂ କର୍ମକର୍ତ୍ତା ରବୀନ୍ଦ୍ର, ବଂଶୀଧର, ସୁଦର୍ଶନ ପରିଚାଳନା କରିଥିଲେ . ଉତ୍ସବରେ ବିଦ୍ୟାଳୟର ପରିଚାଳନା କାରିଟିର ପ୍ରାକ୍ତନ ସଦସ୍ୟ ଦୀନବନ୍ଧୁ ପଢିଆଳୀ ଓ ବିଦ୍ୟା ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମନିତ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





