ନେସ୍କୋ ଜେଇଙ୍କୁ ବାରମ୍ବାର ମାଡ ଓ କାର୍ଯ୍ୟାନୁଷ୍ଠାନ ଶୂନ ଘଟଣା-କାର୍ଯ୍ୟନୀର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା : କାର୍ଯ୍ୟାନୁଷ୍ଠାନ ହେବା ଯାଏ କାର୍ଯ୍ୟ ନିଷ୍ପତ୍ତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଣେ କାର୍ଯ୍ୟରତ ଜେଇଙ୍କୁ ଏକ ନିର୍ଦ୍ଦିଷ୍ଟ ପରିବାରର ଲୋକେ ବାରମ୍ବାର ମାଡ ମାରିବା, ଅଶାଳୀନ ଶବ୍ଦ ପ୍ରୟୋଗ ପରେ ମଧ୍ୟ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ନେସ୍କୋ ଅଧିନରେ ଥିବା ଜଳେଶ୍ୱର ଡିଭିଜନ୍ ଅନ୍ତର୍ଗତ ଭୋଗରାଇର ୫ଟି ଜେଇ କାର୍ଯ୍ୟାଳୟ ସମେତ ସମସ୍ତ କାର୍ଯ୍ୟ ବନ୍ଦ ହେବ ବୋଲି ଆଜି ଏଠାରେ ଡିଭିଜନ ସ୍ତରୀୟ ଆଲୋଚେନାରେ ସ୍ଥିର ହୋଇଛି । କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅନୁପସ୍ଥିତ ଥିଲେ ମଧ୍ୟ ତାଙ୍କ କାର୍ଯ୍ୟାଳୟରେ କର୍ମଚାରୀମାନେ ତାଲା ପକାଇଥିଲେ । ଭୋଗରାଇ ନେସ୍କ ସବ୍ଡିଭିଜନ ଅଧିନରେ ଚନ୍ଦନେଶ୍ୱର ଜେଇ ସନ୍ତୋଷ କୁମାର ମହନ୍ତ ଏବଂ ତାଙ୍କ ସହିତ ପାର୍ଥ ସାରଥି ପାତ୍ର ପ୍ରମୁଖ ଗତ ଏପ୍ରିଲ ମାସ ୧୧ ତାରିଖରେ ହାମରିଆ ନାଫରାଇ ଗାଁର ମୃତ୍ୟୁଞ୍ଜୟ ଜେନା, ଧନୋଞ୍ଜୟ ଜେନା ଓ ଜନ୍ମେଜୟ ଜେନାଙ୍କ ଶଂଖାଝୁରୀ ଗାଁରେ ଥିବା ଚିଙ୍ଗୁଡି ଝିଲର ବକେୟା ବିଦ୍ୟୁତ୍ ଶୁଳ୍କ ନେବାପାଇଁ ଯାଇ ବିଦ୍ୟୁତ୍ ସରବରାୟ ବିଚ୍ଛିନ୍ନ କରିଥିଲେ । ଫଳରେ ଉପରୋକ୍ତ ୩ ଭାଇ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିଲେ । ନେସ୍କୋ ୨କର୍ମଚାରୀଙ୍କୁ ମାଡମାରିବା, ଅଶାଳୀନ ବ୍ୟବହାର ପ୍ରଦର୍ଶନ, ଭାଷା ପ୍ରୟୋଗ ଇତ୍ୟାଦି ଘଟଣା ଯୋଗୁଁ ସେହିଦିନ ଭୋଗରାଇ ଥାନାରେ ଏକ ମାମଲା ୫୫/୧୯ ରୁଜୁ ହୋଇଥିଲା । କିନ୍ତୁ ପୁଲିସ୍ର ଉଦାସୀନତା ଯୋଗୁଁ ଉକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିଲା । ଦିର୍ଘଦିନ ପରେ ସେମାନେ ଜାମିନ୍ରେ ଆସିବା ଓ ବିଲ ପୈଠ କରିବାରୁ ବିଦ୍ୟୁତ୍ ଲାଇନ୍ ସଂଯୋଗ ହୋଇଥିଲା । ଚଳିତ ଜୁଲାଇ ୯ ତାରିଖରେ ନେସ୍କୋର ଜେଇ ସନ୍ତୋଷ କୁମାର ମହନ୍ତ ଓ ଅନ୍ୟକର୍ମଚାରୀମାନେ ଉପରୋକ୍ତ ବ୍ୟକ୍ତିମାନଙ୍କ ଚିଙ୍ଗୁଡିଝିଲ୍ ନିକଟରେ ଥିବା ପ୍ରଦୀପ କୁମାର ବେହେରାଙ୍କ ଚିଙ୍ଗୁଡି ଝିଲ୍କୁ ବିଦ୍ୟୁତ୍ ସଂଯୋଗ କରିବାକୁ ଯାଇଥିବା ବେଳେ ପୂର୍ବ ରାଗ ରଖି ମୃତ୍ୟୁଞ୍ଜ ଜେନା, ଧନୋଞ୍ଜୟ ଜେନ ଓ ଜଦ୍ମେଜୟ ଜେନା କର୍ମଚାରୀମାନଙ୍କୁ ନିସ୍ତୁକ ମାଡ, ଅଶାଳୀନ ବ୍ୟବହାର ଓ ଭାଷା ପ୍ରୟୋଗ କରିଥିବାର ଅଭିଯୋଗ ହୋଇଛି । ଭୋଗରାଇ ପୁଲିସ୍ ୧୧୫/୨୦୧୯ରେ କେତେକ ସମ୍ବେଦନଶୀଳ ଧାରା ମଧ୍ୟ ଏଥିରେ ଯୋଡିଛନ୍ତି । କିନ୍ତୁ ଅନ୍ୟାବଧି ପୁଲିସ୍ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ କର୍ମଚାରୀମାନଙ୍କର ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ନେସ୍କୋର ଜେଇ ଆସୋସିଏସନ ଏହାକୁ ଅତି ଗୁରୁତରଭାବେ ଗ୍ରହଣ କରି କର୍ମକର୍ତ୍ତାଙ୍କୁ ଜଣାଇଛି । ଆଜି ପୂର୍ବାହ୍ନରେ ଡିଭିଜନ କାର୍ଯ୍ୟାଳୟରେ ଭୋଗରାଇର ୫ ଜେଇ ଓ ସମସ୍ତ କର୍ମଚାରୀ ପହଞ୍ଚି ବିଭାଗୀୟ ଉଦାସୀନତାକୁ ଦାୟୀ କରି କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ପରେ ସେଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଇଞ୍ଜିନିଆରଂ ଏସୋସିଏକସନର ସଭାପତି ସୁନିଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଏସୋସିଏସନ୍ର ସାଧାରଣ ସଂପାଦକ ଏସ୍କେ ମୋବିନ୍, ଡେପୁଟି ଜେନେରାଇ ସେକ୍ରେଟାରୀ ଅଭିମନ୍ୟୁ ଦଲାଲ, ଉପସଭାପତି ପ୍ରଭାସ ରଂଜନ ବିଶ୍ୱାଳ, ଜୋନାଲ ସେକ୍ରେଟାରୀ ତପନ ପରିଡା ଓ ବିଶ୍ୱଜିତ୍ ମହାପାତ୍ର, ନେସ୍କୋ ଶକ୍ତି କର୍ମଚାରୀ ସଂଘର ସଂଗଠକ ପ୍ରଦୀପ କୁମାର ଜେନା, ଓ ଚନ୍ଦନ ଭୂୟାଁ, ପାୱାର ଏମ୍ପୋଇଜ୍ ୟୁନିୟନର ଡିଭିଜନାଲ ସଂପାଦକ ପ୍ରଶାନ୍ତ ମହାନ୍ତି, ଅକ୍ଷୟ କୁମାର ସାହୁ, କମଳେଶ୍ୱର ପରିଡା ପ୍ରମୁଖ ବକ୍ତବ୍ୟ ରଖି ଅଭିଯୁକ୍ତ ମାନଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଭୋଗରାଇରେ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିବାର ସିଦ୍ଧାନ୍ତ ହୋଇଛି । ଏହି ଆଲୋଚନା ବେଳେ ଜେଇ ଆସୋସିଏସନ୍ ପକ୍ଷରୁ ବିଶ୍ୱଜିତ୍ ମହାପାତ୍ର, ଅବନୀ ବେହେରା, ସନ୍ତୋଷ ମହାନ୍ତ, ମଦନ ମୋହନ ସାହୁ, ରଣଜିତ୍ ବେହେରା, ମାନସ ପଣ୍ଡା, ପ୍ୟାରୀ ମୋହନ ସାହୁ, ଚନ୍ଦ୍ରକାନ୍ତ ମହାନ୍ତି, ଜ୍ୟୋତିଶଂକର ସାହୁ, ପ୍ରିୟବ୍ରତ ନାୟକ, ପ୍ରକାଶ ଚନ୍ଦ୍ର ସାହୁ, ଅବିନାଶ ମହାପାତ୍ର ଓ ପ୍ରଦୀପ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକାଶ ଦତ୍ତ, କମଳେଶ୍ୱର ପରିଡା, ସୁବ୍ରତ ପଣ୍ଡା, ସୁକୁମାର ସାହୁ ପ୍ରମୁଖ କାର୍ଯ୍ୟବନ୍ଦ ସମ୍ପର୍କରେ ଦାବି କରିଥିଲେ । ଜି ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନ ଦେଲେ ନେସ୍କୋ ଅନ୍ତର୍ଗତ ୫ଟି ଜିଲାରେ ଆନ୍ଦୋଳନ କରିବ ବୋଲି ଘୋଷଣା କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା