ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନେସ୍କୋ ଅଧିନରେ ଲାଇନମ୍ୟାନ ଭାବେ କାର୍ଯ୍ୟରତ କୃଷ୍ଣ ପ୍ରସାଦ ମାନ୍ନାଙ୍କୁ ପଥରପୁରାର କେତେକ ବ୍ୟକ୍ତି ମାଡଗୋଳ କରିଥିବାର ଅଭିଯୋଗ କ୍ରମେ ଜଳେଶ୍ୱର ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣାରୁ ପ୍ରକାଶ ଗତ ୧୭ ତାରିଖ ରାତି ୯ଟା୨୫ରେ ପଥରପୁରାର ଟ୍ରାନ୍ସଫରମର-୨ଅଧିନରେ ଥିବା ଉପଭୋକ୍ତାମାନଙ୍କ ବିଦ୍ୟୁତ୍ ସରବରାୟ ନ ରହିବାରୁ ଗାଁର ରବିନ୍ଦ୍ର ବେହେରା ଓ ଅନ୍ୟ କେତେକ ବ୍ୟକ୍ତି ନେସ୍କୋ କାର୍ଯ୍ୟାଳୟକୁ ଆସି କୃଷ୍ଣପ୍ରସାଦୁ ଆସି ଗାଁକୁ ନେବାକୁ ଜିଦ୍ ଧରିଥିଲେ । କୃଷ୍ଣ ପ୍ରସାଦ ସେଠାକୁ ଯିବାପରେ ସେ ଫ୍ୟୁଜ ବାନ୍ଧିବା ପାଇଁ ବିଭାଗୀୟ ଜେଇଙ୍କ ଠାରୁ ଅନୁମତି ମାଗିଥିଲେ । ଫ୍ୟୁଜ ବାନ୍ଧିବାପରେ ପୁଣି ୨ୟ ଥର ବିଦ୍ୟୁତ୍ ସରବରାୟ ଚାଲିଯିବାରୁ ସେ ଘଟଣା ସଂପର୍କରେ ଠାବ କରିବାକୁ ବାହାରିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଲୋକେ ଗାଳି ଗୁଲଜ କରି ଜବରଦସ୍ତ ଫ୍ୟୁଜ ବାନ୍ଧିବାକୁ ତାଗିଦ୍ କରିବା ସହିତ ଅଶାଳୀନ ଭାଷା ପ୍ରୟୋଗ ସହିତ ମାଡ ମାରିଥିଲେ । ଏ ସଂପର୍କରେ ଜଳେଶ୍ୱର କନିଷ୍ଠଯନ୍ତ୍ରୀ ରଣଜିତ୍ ବେହେରାଙ୍କ ଅନୁମୋଦନ କ୍ରମେ କୃଷ୍ଣ ପ୍ରସାଦ ମାନ୍ନଙ୍କ ଲିଖିତ ଅଭିଯୋଗ ୧୨୯/୨୦୧୯ ମୂଳେ ଥାନାରେ ମାମଳା ରୁଜୁ ହୋଇଛି ।
ରିପୋର୍ଟ : ଭୁପିତ କୁମାର ପରିଡା