ନୈାପଡା-ଗୁଣୁପୁର ରେଳପଥ ବିଦ୍ୟୁତିକରଣ ବ୍ୟବସ୍ଥା ଅନୁଧ୍ୟାନ କରିଲେ ରେଳବିଭାଗ ‘ସିଆରଏସ’…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପୂର୍ବତଟ ରେଳ ଜୋନର ମୁଖ୍ୟ ସୁରକ୍ଷା ଅଧିକାରୀ ଏ. କେ. ରାଏ ଆଜି ବିଭାଗୀୟ ଉଚ୍ଚସ୍ତରୀୟ ରେଳ କର୍ମକର୍ତ୍ତାଙ୍କ ସହ ନୈାପଡା-ଗୁଣୁପୁର ରେଳପଥ ବିଦ୍ୟୁତିକରଣ ସମୀକ୍ଷା କରିବା ସହ ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିସର ବୁଲି ଦେଖିଥିଲେ । ଏହି ଅବସରରେ ନୈାପଡା-ପାରଳାଖେମୁଣ୍ଡିର-ଗୁଣୁପୁର ରେଳପଥ ବିଦ୍ୟୁତିକରଣ, ବିକାଶ ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବିଜେପି ଦଳର କିଛି କର୍ମକର୍ତ୍ତା ଦାବି ପତ୍ର ପୂର୍ବତଡ ରେଳ ବିଭାଗ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଏହି ରେଳପଥରେ ରହି ଆସିଥିବା ପ୍ଲାଟଫର୍ମ ଗୁଡିକ ଅତ୍ୟନ୍ତ ପୂରାତନ ଅଟେ । ବର୍ତ୍ତମାନ ଏହି ପ୍ଲାଟଫର୍ମ ଗୁଡିକ ଠିକ୍ ଉଚ୍ଚତା ନଥିବା ଯୋଗୁଁ ସାଧାରଣ ଯାତ୍ରୀ ଟ୍ରେନରେ ଚଳିବା ଓ ଓହ୍ଲାଇବା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପାରଳାଖେମୁଣ୍ଡି ସମେତ ଗୁଣୁପୁର ମଧ୍ୟରେ ଥିବା ପ୍ଲାଟଫର୍ମ ଗୁଡିକର ଉଚ୍ଚତା ବଢାଇବା ସହ ସେଗୁଡ଼ିକ ସୈାନ୍ଦର୍ଯ୍ୟ କରଣ କରିବା ନିମନ୍ତେ ଓ ମୋମ ଟ୍ରେନ ଟିକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ଆଇନଜୀବୀ ବଟ କୃଷ୍ଣ ପାତ୍ର ସହ ସ୍ଥାନୀୟ ବିଜେପି ନେତା, ଉତ୍କଳ ହିତୈଷିଣୀ, ପାରଳାଖେମୁଣ୍ଡି ବରିଷ୍ଠ ଜନସାଧାରଣ ମାନେ ଦାବି ପତ୍ର ପ୍ରଦାନ କରିଥିଲେ । ଦାବି ପତ୍ର ପାଇବା ପରେ ଏଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଆରଏସ ଜଣାଇଥିଲେ । ପୂର୍ବତଟ ରେଳ ଜୋନର ବିଶାଖାପାଟଣା ଡିଆରଏମ ଚେତନ କୁମାର ଶ୍ରୀବାସ୍ତବଙ୍କ ସହିତ ରେଳବାଇ ବିଭାଗ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା