

କଟକ(ସମୃଦ୍ଧ ଓଡିଶା )ଆନନ୍ଦପୁରରେ ଆବାସ ଓ ବସ୍ତି ଉନ୍ନୟନ ଯୋଜନାରେ ନିର୍ମାଣ ହୋଇଥିବା ଘର ପାଇଁ ଟଙ୍କା ଆଦାୟ ଘଟଣାରେ ଜୈନିକ ପୂର୍ବତନ କର୍ପୋରେଟରଙ୍କ ସ୍ବାମୀଙ୍କୁ ପୁଲିସ୍ ଗିରଫ କରିଥିଲା। ତେବେ ଏହି ବେଆଇନ କାର୍ଯ୍ୟ ପାଇଁ ଜାଲ ଚୁକ୍ତିନାମା ଓ ଅନ୍ୟାନ୍ୟ ଦସ୍ତାବିଜ ପ୍ରସ୍ତୁତ କରାଯାଇଥିଲା। ଏହି ଘଟଣାରେ ବ୍ୟାପକ ଅନିୟମିତତା କରାଯାଉଥିବା ଏବଂ ଏହି ଘଟଣାରେ ନୋଟାରି ରାଜଲକ୍ଷ୍ମୀ ପତିଙ୍କ ସଂପୃକ୍ତି ଥିବା ନେଇ କଟକ ଜିଲ୍ଲା ନୋଟାରି ସଂଘ ରାଜ୍ୟ ଆଇନ ବିଭାଗ ପ୍ରମୁଖ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ। ଦାଖଲ ଦସ୍ତାବିଜ ଓ ତଥ୍ୟକୁ ବିଚାରକୁ ନେଇ ଆଇନ ବିଭାଗ ପକ୍ଷରୁ ନୋଟାରି ରାଜଲକ୍ଷ୍ମୀ ପତିଙ୍କୁ ଭବିଷ୍ୟତରେ ଯେପରି ଏହିପରି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ ଚେତାବନୀ ଦିଆଯାଇଛି। ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରିନାହିଁ ନୋଟାରି ସଂଘ। ଦୁର୍ନୀତି ବିରୋଧରେ ସଂଗ୍ରାମ ଜାରି ରହିବ ବୋଲି ନୋଟାରି ସଂଘ ସଭାପତି ନଟବର ପଣ୍ଡା ଓ ଅନ୍ୟ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।
ରିପୋର୍ଟ : ରଜତ କୁମାର ମହାପାତ୍ର