
ଛତ୍ରପୁର (ସମୃଦ୍ଧ ଓଡିଶା) ନ୍ୟାଶନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (ଏନଏଚଏଆଇ) ପକ୍ଷରୁ ଗଞ୍ଜାମଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଛକ ଜାତୀୟ ରାଜପଥରେ ଏକ ଫ୍ଲାଇଓଭର ନିର୍ମାଣ କରାଯିବ । ୬୪ କିମି ପରିବ୍ୟାପ୍ତ ବିଶାଖାପାଟଣା ଏନଏଚଏଆଇ ଡ଼ିଭିଜନ ଅଧୀନରେ ଥିବା ଇଚ୍ଛାପୁର-ପୁଇଁତୋଳା ପର୍ଯ୍ୟନ୍ତ ଜାତୀୟ ରାଜପଥ
ହଳଦିଆପଦର ଠାରେ ଏହା ନିର୍ମାଣ କରାଯିବ । ଫଳରେ ରାସ୍ତାକୁ ୬ ଲେନ ବିଶିଷ୍ଟ ନ କରାଯାଇ କେବଳ ସର୍ଭିସ ରୋଡ଼କୁ ୩୫ କିମି ପ୍ରଶସ୍ତ କରିଯିବ । ଏଥିସହ ପ୍ରତି ଛକରେ ସୋଲାର ଡିଜିଟାଲ ଟ୍ରାଫିକ ସିଗନାଲ, ଡ୍ରେନ ନିର୍ମାଣ ଓ ଲାଇଟର ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି । ସୂଚନା ମିଳିଛି ଯେ, ପୂର୍ବରୁ ଗଞ୍ଜାମର ଗିରିଶୋଲାଠାରୁ ନାରାୟଣୀ ଛକ ପର୍ଯ୍ୟନ୍ତ ୧୬ନଂ ଜାତୀୟ ରାଜପଥକୁ ୬ ଲେନ କରିବା ଏବଂ ଫାଇଓଭର, ଅଣ୍ଡର ପାସ, ପୂରା ଜାତୀୟ ରାଜପଥର ସର୍ଭିସ ରୋଡ଼ ନିର୍ମାଣ ଲାଗି ଓଡିଶା ସରକାର ଓ ତତ୍କାଳୀନ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ପକ୍ଷରୁ ଏନଏଚଏଆଇଙ୍କୁ ପ୍ରସ୍ତାବ ଦିଆଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା