ନ୍ୟାୟ ଓ ଅପରାଧ ନିୟନ୍ତ୍ରଣ ସଂପର୍କରେ କେ.ନୂଆଁଗାଁ ଥାନା ଏବଂ ଉପଖଣ୍ଡୀୟ ଆରକ୍ଷୀ ଅଧିକାରୀ ସହ ପିଙ୍କିଙ୍କ ଆଲୋଚନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଣପତିଙ୍କୁ ଆକ୍ରମଣରେ ସଂପୃକ୍ତ ଥିବା କୌଣସି ବି ଅପରାଧୀ ଯେପରି ଖସି ନ ଯାଅନ୍ତି ସେ ସଂପର୍କରେ ଜିଲ୍ଲା ପଦାଧୀକାରୀଙ୍କ ସମେତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପ୍ରମୂଖ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ସାଥୀରେ ନେଇ ଭାଜପା ବିଧାୟିକା ପ୍ରାର୍ଥୀ ଶ୍ରୀମତି ପିଙ୍କି କେ. ନୂଆଁଗାଁ ଥାନା ଅଧିକାରୀ ସମେତ ଚିକିଟି ଏସଡିପିଓଙ୍କ ସହ ଆଲୋଚନା କରିଛନ୍ତି । ଦିନକୁଦିନ ଶାସକ ଦଳର ସମର୍ଥକ ମାନେ, ଦୁର୍ନୀତି ବିରୋଧୀରେ ସ୍ୱର ଶାଣୀତ କରୁଥିବା ଭାଜପା କର୍ମୀଙ୍କୁ ଆକ୍ରମଣ କରିବା ସହ ବିଭିନ୍ନ ଉପାୟରେ ପରିବାର ବର୍ଗଙ୍କୁ ହଇରାଣ କରୁଥିବା ନେଇ ପିଙ୍କି ଉଦବେଗ ପ୍ରକାଶ କରିଛନ୍ତି । ଯଦି ଥାନା ଅଧିକାରୀ ଏଥିପ୍ରତି ପାତର ଅନ୍ତର ନୀତି କରନ୍ତି ତେବେ ସତ୍ୟପଥରେ କଠୋର ଆଭିମୂଖ୍ୟର ସାମନା କରିବାକୁ ପଡିବ ବୋଲି ପିଙ୍କି ପ୍ରକାଶ କରିଛନ୍ତି । ଆଲୋଚନାରେ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି,ଉପସଭାପତି ଶୁଭେନ୍ଦୁ ପାଢୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଇନଜୀବି ମନୋଜ ପଣ୍ଡା ଓ ପରେଶ ରଥ, କାର୍ଯ୍ୟକାରିଣୀ ସଦସ୍ୟ ମହନ୍ତ ଚିନ୍ମୟାନନ୍ଦ, ଜିଲ୍ଲା ମିଡିଆ ସଂଯୋଜକ ସୁନୀଲ ସାହୁ ସାମାଜିକ କର୍ମୀ ଅନନ୍ତ ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ । ଦିନକୁଦିନ ଶାସକ ଦଳର ସମର୍ଥକ ମାନେ, ଦୁର୍ନୀତି ବିରୋଧୀରେ ସ୍ୱର ଶାଣୀତ କରୁଥିବା ଭାଜପା କର୍ମୀଙ୍କୁ ଆକ୍ରମଣ କରିବା ସହ ବିଭିନ୍ନ ଉପାୟରେ ପରିବାର ବର୍ଗଙ୍କୁ ହଇରାଣ କରୁଥିବା ନେଇ ପିଙ୍କି ଉଦବେଗ ପ୍ରକାଶ କରିଛନ୍ତି । ଯଦି ଥାନା ଅଧିକାରୀ ଏଥିପ୍ରତି ପାତର ଅନ୍ତର ନୀତି କରନ୍ତି ତେବେ ସତ୍ୟପଥରେ କଠୋର ଆଭିମୁଖ୍ୟର ସାମନା କରିବାକୁ ପଡିବ ବୋଲି ପିଙ୍କି ପ୍ରକାଶ କରିଛନ୍ତି । ପ୍ରକଶ ଥାଉକି ତା. ୧.୧୧.୧୯ ରାତ୍ରୀ ୯.୦୦ରେ ୭ଜଣ ଦୁବୃତ, ଗଣପତିଙ୍କ ଘର ସାମନାରେ ପହଞ୍ଚି ଗାଳିଗୁଲଜ ସହ ପେଟର ଦୁଇ ପାଖରେ ଛୁରାଭୁସୀ ଦେଇଥିଲେ । ଏହାକୁ ନେଇ କେ.ନୂଆଁଗାଁ ଥାନାରେ କେସ ନଂ ୨୧୭ । ତା.୨-୧୧-୧୯, ଆଇପିସି ଧାରା ୩୪୧,୨୯୪,୩୨୪,୩୨୬,୩୦୭,୩୪ରେ ମାମଲା ପଞ୍ଜିକରଣ ହୋଇଛି । କିଛି ଅଭିଯୁକ୍ତ ଗିରିଫ ହୋଇଥିଲେ ମଧ୍ୟ ଆହୁରି ଅନେକ ଖୋଲାଖୋଲି ଭାବରେ ବୁଲୁଥିବା ସାଧାରଣରେ ଅଭିଯୋଗ ହେଉଥିବା ଜଣ।ପଡିଛି ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା