

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଦୀର୍ଘ ବର୍ଷର ଦାବୀ ପରେ ଶେଷରେ ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇଛି ‘ବସନ୍ତିଆ ସଂପ୍ରଦାୟ’ । ଗଞ୍ଜାମ ଜିଲ୍ଲାର ଛତ୍ରପୁର , ଖଲ୍ଲିକୋଟ , ଆଠଗଡ ଓ ଘୁମୁସର ସମତେ କୋରାପୁଟ ଜିଲ୍ଲାର କୋଟପାଟ ଅଞ୍ଚଳରେ ବାସବାସ କରୁଥିବା ଓଡିଆ ‘ବସନ୍ତିଆ ସଂପ୍ରଦାୟ’ର ଜନସାଧାରଣ ଗତ କିଛି ବର୍ଷ ଧରି ସରକାର ଙ୍କ ନିକଟରେ ରାଜ୍ୟ ସରକାର ଙ୍କ ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇବା ପାଇଁ ବିଭିନ୍ନ ଫୋରମ୍ ରେ ଦାବୀ କରି ଆସୁଥିବା ବେଳେ ଶେଷରେ ସରକାର ଏହି ବର୍ଗର ବ୍ୟକ୍ତିବିଶେଷଙ୍କୁ ପଛୁଆ ବର୍ଗ ତାଲିକାରେ ସ୍ଥାନ ପ୍ରଦାନ କରିଥିବାରୁ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ଏହି ସମାଜର କର୍ମକର୍ତ୍ତା । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ଶିବ ମନ୍ଦିର ପରିସରରେ ବସନ୍ତିଆ ଓଡିଆ ଯୁବ ସମାଜର ସମାବେଶ ସଭାପତି ଭାସ୍କର ନାହାକ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସଂପାଦକ ଭିକାରୀ ଚରଣ ନାୟକ ,ପ୍ରତାପ କୁମାର ବେହେରା , ସନ୍ତୋଷ ନାହାକ , ରଞ୍ଜନ ପ୍ରଧାନ , ଭିକାରୀ ଚରଣ ପ୍ରଧାନ , ତ୍ରିଲୋଚନ ବେହେରା ,କୈଳାସ ଚନ୍ଦ୍ର ନାୟକ ଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ରହି ବସନ୍ତିଆ ସମାଜର ସମସ୍ତ ଜନସାଧାରଣଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ସହ ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥନୈତିକ ବିକାଶ ପାଇଁ ବସନ୍ତିଆ ଯୁବ ସମାଜ ଜାରି ରଖିଥିବା ସଂଗ୍ରାମ ଉପରେ ଆଲୋକପାତ କରାଯିବା ସହିତ ଆର୍ଥିକ ସ୍ଥିତି ଓ ଶିକ୍ଷା କ୍ଷେତ୍ରରେ ବହୁତ ପଛରେ ରହିଥିବା ଏହି ବର୍ଗର ଜନସାଧାରଣ ସରକାରଙ୍କ ଏହି ନୂତନ ପଛୁଆ ବର୍ଗରେ ସାମିଲ କରାଯିବା ପରେ ବିଦ୍ୟାର୍ଥୀ ମାନେ ଶିକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଏହାର ସୁବିଧା ପାଇପାରିବେ ବୋଲି ଆଶା କରି ଅନେକ ଖୁସି ଅନୁଭବ କରିଥିବା କହିଛନ୍ତି । ଏଣୁ ଏହି ଅବସରରେ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୟ ପ୍ରଧାନ , ଉଦୟ ନାୟକ , ମହେନ୍ଦ୍ର ନାୟକ , ମଙ୍ଗୁଳୁ ପ୍ରଧାନ , ପର୍ଶୁରାମ ବିଷୋୟୀ , ସୂର୍ଯ୍ୟ ନାୟକ , ସୁରମଣି ନାୟକ , ପ୍ରତାପ ନାୟକ , ବାୟା ନାୟକ, ଶ୍ୟାମ ସୁନ୍ଦର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା