
ପଦ୍ମପୁର (ସମୃଦ୍ଧ ଓଡିଶା) ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ସକାଶେ ୫୦ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ବୁକୁରାମୁଣ୍ଡା ପଞ୍ଚାୟତ ସ୍ତରୀୟ ମହିଳା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧୦୦ ଟଙ୍କା ପ୍ରଦାନ କରାଯାଇଛି । ମହିଳା ସଂଘର ସଭାନେତ୍ରୀ ସୁଶ୍ରୀ ଟିକେଶ୍ୱରୀ ଦେବତା, ଏମ୍.ବି.କେ.ପୁଷ୍ପାଂଜଳୀ ଭୋଇ ସ୍ୱହସ୍ତରେ ସରପଞ୍ଚ ଅଭିମନ୍ୟୁ ବରିହାଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିର୍ଥରାମ ବରିହାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରଛନ୍ତି ।
ରିପୋର୍ଟ – ନିରୋଜ କୁମାର ପାଣୀ