ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ପଂଚୁଘଣ୍ଟା ଗାଁରୁ ଦ୍ୱିତୀୟ ସର୍ବାଧିକ କରୋନାପଜେଟିଭ୍ ଦେଖାଦେଇଥିବାରୁ ସେଠାରେ ଥିବା ବିଭିନ୍ନ ଏସ୍ଏଚ୍ଜି ଗ୍ରୁପର ମହିଳାମାନଙ୍କୁ ପକ୍ଷରୁ ଗାଁର ମୁଖ୍ୟ ଓ ସାହି ରାସ୍ତା ଗୁଡିକୁ ସାନିଟାଇଜ୍ କରାଯାଇଛି । ଏହି ଗାଁର ଜଣେ ୫୦ବଷ;ିୟ ମହିଳା ୨ଦିନ ତଳେ ପଜେଟିଭ୍ ଚିହ୍ଟ ହୋଇଥିବାରୁ ସଚେତନତା ଓ ସେନିଟାଇଜ୍ ପାଇଁ ସେ ଅଂଚଳରେ ଥିବା ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ମନ୍ଦିର ପରିସର, ସଂପୃକ୍ତ ପିଡିତା ମହିଳାଙ୍କ ସାହି ପାଇକପାଟଣାକୁ ସାନିଟାଇଜ୍ କରାଯାଇଛି । ଏଥିରେ ମା ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ରଂଜୁରାଣୀ ସାହୁ, ସଂପାଦିକା ଅଂଜଳି ଗିରି, କୋଷାଧ୍ୟକ୍ଷ ସୁଚିସ୍ମିତା ଗନ୍ତାୟତ, ସଭ୍ୟା ଶୁଭଲକ୍ଷ୍ମୀ ଦାସ, ମାଳତୀ ଗିରି, ଜ୍ୟୋତ୍ସାରାଣୀ ସାହୁ, ଆରତୀ ଦାସ, ଜ୍ୟୋତ୍ସାରାଣୀ ରଣା, ତିଳୋତ୍ତମା ଦାସ, ଜୟନ୍ତି ରଣା ପ୍ରମୁଖ ବ୍ଲିଚିଂ, ଡେଟେଲ, ଫିନାଇଲ ପକାଇ ସେନିଟାେଇଜ୍ କରିଥିଲେ । ଏମାନଙ୍କ ବ୍ୟତିତ ସୁବର୍ଣ୍ଣେସ୍ୱରୀ, ଭବାନୀ, ମା ବାସୁଳି, ଜୟବିୀର ହନୁମାନ, ଜୀବନସାଥି, ବିଶ୍ୱମଂଗଳା ଗ୍ରୁପ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା