

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ସୋମବାର ଇତିହାସ ବିଭାଗର ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସେମିନାରରେ ଇତିହାସ ବିଭାଗର ବକ୍ତା ସାଧନା ପତ୍ରି ଯୋଗ ଦେଇ ଗୁରୁ ନାନକଙ୍କ ଓଡିଶା ସହିତ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ସାଇକୋଲୋଜି ବିଭାଗର ପ୍ରଫେସର ଡଃ ଭି. ରାଜେନ୍ଦ୍ର ରାଜୁ, ସାହିତ୍ୟିକ ବ୍ରଜ ମୋହନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ସୁର୍ଯ୍ୟ ନାରାୟଣ ଡାକୁଆ ପରିଚାଳନା ଓ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡଃ. ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ରାଜେସ୍ କୁମାର ପଟ୍ଟନାୟକ, ଶୁଭଶ୍ରୀ ଦାସଙ୍କ ସମେତ ବହୁ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
