ପାଣ୍ଡିୟାନଙ୍କ ଯୋଗୁଁ ବଞ୍ଚିଗଲା ଅନେକ ଜୀବନ !

ଭୁବନେଶ୍ୱର(ସମୃଦ୍ଧଓଡିଶା) ସାରା ଓଡିଶା କାହିଁକି ରାଜ୍ୟ ବାହାରେ ଯେଉଁମାନେ ଖବର ରଖୁଛନ୍ତି ସେମାନେ ସମସ୍ତେ ବାଃ ବାଃ କହିଲେ ପଣ୍ଡିୟାନ ସାରଙ୍କୁ। ବର୍ତ୍ତମାନ ବାହାନଗା ରେଳ ଦୂର୍ଘଟଣା ପଣ୍ଡିୟାନ ବାବୁଙ୍କୁ ପୁରା ହାଇ ଲାଇଟ କରିଦେଲା । ପଣ୍ଡିୟାନଙ୍କ ଯୋଗୁଁ ବଞ୍ଚିଗଲା ଅନେକ ଜୀବନ। ସମାଜସେବା କିପରି କରାଯାଏ ପଣ୍ଡିୟାନ ବାବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶିଖାଇ ଦେଲେ। ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ପଣ୍ଡିୟାନ ବାବୁ ନିଜେ ସେବାରେ ଲାଗି ପଡ଼ିଲେ । ଠିକ ସମୟରେ ଠିକ ଚିନ୍ତା ଧାରାରେ ଯେଉଁ କାର୍ଯ କରାଯାଏ ତାହା ସଫଳ ନିଶ୍ଚୟ ହୋଇଥାଏ । ବାହନଗା ରେଳ ଦୁର୍ଘଟଣା ଖବର ପାଇବା କ୍ଷଣି ଘଟଣା ସ୍ଥଳକୁ ସଙ୍ଗେ ସଙ୍ଗେ ବହୁ ଅଫିସରଙ୍କୁ ପଠାଇଲେ। ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ବସାଇ ନିଜେ ରାତିସାରା ଅନିଦ୍ରା ରହି ଦୁର୍ଘଟଣାର ତଦାରଖ କଲେ । ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଦୁର୍ଘଟଣା ସ୍ଥଳରେ ପହଁଚିଲେ ପଣ୍ଡିୟାନ ବାବୁ । ଠିକ ସମୟରେ ଯୁଦ୍ଧକାଳୀନ ଭିତିରେ ମୃତଙ୍କଙ୍କୁ ଉଦ୍ଧାର କରିବା ଓ ଆହତଙ୍କୁ କିପରି ଚିକତ୍ସା କରାଯାଉଛି ତାର ତଦାରଖ କରିବା ଯୋଗୁଁ ଆସନ ମୃତ୍ୟୁ ମୁଖରୁ ଅନେକ ଯାତ୍ରୀ ବଞ୍ଚିଯାଇଛନ୍ତି ବୋଲି କୁହାଯାଉଛି । ବର୍ତ୍ତମାନ ରାଜ୍ୟରେ ପଣ୍ଡିୟାନ ବାବୁଙ୍କ କ୍ରେଜ଼ ବଢୁଛି । ସେ ଯୁବ ଆଇଏଏସ ଅଫିସର । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ପୁଣି ୫ ଟି ସଚିବ କରାଯାଇଛି ରାଜ୍ୟକୁ ପ୍ରଗତିଶୀଳ ଉତ୍ତମ ସେବା ଯୋଗାଇବାକୁ । ଏହି ସୁଯୋଗ ସେ କାହିଁକି ହାତ ଛଡା କରିବେ । ସେ ବି ଲାଗିପଡିଛନ୍ତି ଓଡ଼ିଆ ଲୋକଙ୍କ ପାଇଁ । ଲୋକଙ୍କୁ ସେବା ଯୋଗାଇବା ପାଇଁ ତାଙ୍କର ଇଚ୍ଛା ଶକ୍ତି ଅଛି । ଇଚ୍ଛା ଥିଲେ ଉପାୟ ଅଛି । ଓଡିଶା ପ୍ରଗତି ହେଉ ଲୋକେ ମୋତେ ଭଲ ପାଆନ୍ତୁ। ସେଇ ଭାବନାରେ ସେ ଦୈନିକ ୨୦ଘଣ୍ଟା କାମ କରୁଛନ୍ତି ।

ରିପୋର୍ଟ : ସୁଧୀର ପଟ୍ଟନାୟକ