ପତଞ୍ଜଳୀ ଯୋଗ ସମିତି ହରିଦ୍ୱାର ପକ୍ଷରୁ ଢେଙ୍କାନାଳରେ ଯୋଗ ଶିବିର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପତଞ୍ଜଳୀ ଯୋଗ ସମିତି ହରିଦ୍ୱାର ପକ୍ଷରୁ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ମୂଳିସିଂହ ଗ୍ରାମର ମା ବ୍ରାହ୍ମଣୀ ଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ବାବା ରାମଦେବଙ୍କ ନିଶୁକ୍ଲ ଯୋଗ ଶିକ୍ଷାକୁ ଢେଙ୍କାନାଳ ଜିଲ୍ଲାର ଯୋଗ ପ୍ରଚାରିକା ଶ୍ରୀମତୀ ସତ୍ୟଭାମା ପାଣିଗ୍ରାହୀ ଦୀର୍ଘ ୫ ଦିନ ଧରି ଶିକ୍ଷାକୁ ପ୍ରଦାନ କରିଥିଲେ । ଏହି ଯୋଗ ଶିକ୍ଷାରେ ମୂଳିସିଂହ ଗ୍ରାମର ସମସ୍ତ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପାତଞ୍ଜଳି ଯୋଗ ଶିକ୍ଷା ଦ୍ୱାରା ସମସ୍ତ ଶାରୀରିକ ଏବଂ ମାନସିକ ରୋଗର ନିରାକରଣ ସହିତ ଦିବ୍ୟ ଜୀବନ ପ୍ରାପ୍ତ ହୋଇଥାଏ ତେଣୁ ସମସ୍ତେ ଯୋଗ କରିବା ଆବଶ୍ୟକ ବୋଲି କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକର ସିମୀନଇ ପଂଚାୟତର ମୂଳିସିଂହ ଗ୍ରାମର ଯୋଗୀ ପୁଣ୍ୟାତ୍ମା ମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି