

ଛତ୍ରପୁର (ସମୃଦ୍ଧ ଓଡିଶା) କାଳିଆବାଲି ଛକ ଠାରୁ ମାଟିଖାଲ ରାସ୍ତା ଦେଇ ଦୈନିକ ଗୋପାଳପୁର ବନ୍ଦରକୁ ପଥର ବୋଝେଇ ଟ୍ରକ ଚଳାଚଳ କରୁଥିବା ବେଳେ ଗତ ଗୁରୁବାର ସନ୍ଧ୍ୟାରେ ପଥର ବୋଝେଇ ଟ୍ରକରୁ ଏକ ବିରାଟ ପଥର ଖସି ପଡିଯାଇଥିଲା । ଫଳରେ ମାଟିଖାଲର ଦୁଇ ବୟସ୍କ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏପରିକି ଟ୍ରାକରୁ ପଥର ଖସିବା ବେଳେ ମହିଳାମାନେ ଟିକେ ସତର୍କ ହୋଇଯାଇଥିବାରୁ ମୃତ୍ୟୁ ମୁଖରୁ ପାର ହୋଇଯାଇଛନ୍ତି ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଆହତ ହୋଇଥିବା ମହିଳାମାନେ ହେଲେ ମାଟି ଖାଲ ଗ୍ରାମର ହୀରା ପ୍ରଧାନ ଓ ଲକ୍ଷ୍ମୀ ପ୍ରଧାନ । ତାଙ୍କୁ ଆହତ ଅବସ୍ଥାରେ ଛତ୍ରପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏହାପରେ ଗ୍ରାମବାସୀ ଉତକ୍ଷୀପ୍ତ ହୋଇ ବର୍ତ୍ତମାନ ସେହି ରାସ୍ତାରେ କୌଣସି ଗୋଟିଏ ହେଲେ ଗାଡିକୁ ଛାଡୁନଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

