



ଦିଗପହଣ୍ଡି (ସମୃଦ୍ଧ ଓଡିଶା)ଗଞ୍ଜାମ ଜିଳ୍ଲା ଦିଗପହଣ୍ଡି ବ୍ଲକ୍ ପଦ୍ମନାଭପୁର ପଞ୍ଚାୟତର ପଦ୍ମନାଭପୁର ସାନ ଡେରାସାହିରେ ଲକ୍ଷ୍ମୀ ପୁଜା ପାଈଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଗଣେଶ ମନ୍ଦିର ନିକଟସ୍ଥ ପୋଖରୀ ପିଠାରେ ପୂଜା ପାଠ କରି କଳସ ଯାତ୍ରା ଆରମ୍ଭ କରି ଥିଲେ । ପ୍ରାୟ ୫୦୦ ମିଟର ରାସ୍ତା ଅତିକ୍ରମ କରି ସାନ ଡେରା ସାହିରେ ପହଞ୍ଚି ଥିଲେ । ସଂକୀର୍ତ୍ତନ , ଶଙ୍ଖ , କାହାଳି ,ମହିଳାଙ୍କ ହୋଳ ହୋଳିରେ ସାନ ଡେରା ସାହି ରେ ପୁଜା ସ୍ଥାପନ କରାଯାଇଥିଲା । ଏହା ପରେ ଲକ୍ଷ୍ମୀ ପୁଜାର ପାରମ୍ପରିକ ନିତି ଆରମ୍ଭ ହୋଇଯାଇଛି । ଏହି ପୁଜା ୩ ଦିନ ଧରି ଅନୁଷ୍ଠିତ ହେବ ବୋଲି ମୁଖ୍ୟ ପୁରୋହିତ ପଣ୍ଡିତ ନୀଳମାଧଵ ରଥ ପ୍ରକାଶ କରିଛନ୍ତି । ସଭାପତି ୟୁ. ଲିଙ୍ଗା ମୂର୍ତ୍ତି , ସମ୍ପାଦକ ନୀଳମାଧବ ପାଣିଗ୍ରାହୀ ,କୋଷାଧକ୍ଷ ମନୋଜ ଚୌଧୁରୀ ଏବଂ ସହଯୋଗୀ ବନ୍ଧୁ ଗଣ, କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗ ରେ ପୁଜାର୍ଚନା ଆରମ୍ଭ ହୋଇଯାଇଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା