ପଦ୍ମପୁର (ସମୃଦ୍ଧ ଓଡିଶା) ମେ ୩ ତାରିଖ ପରେ ଲକ୍ ଡାଉନର ଅବଧି ସରିବା କ୍ଷଣି ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ସୁରଟ, କଟକ ଅଞ୍ଚଳରେ କାର୍ଯ୍ୟରତ ପଦ୍ମପୁର ଅଞ୍ଚଳର ପାଖାପାଖି ୫୦ ହଜାର ଦାଦନ ଶ୍ରମିକ ମାନେ ନିଜ ନିଜ ଗାଁକୁ ଫେରିବେ । ଏହି ଶ୍ରମିକ ମାନେ ବ୍ୟବସ୍ଥିତ ଢଙ୍ଗରେ କିଭଳି ଗାଁ ମାନଙ୍କରେ ରହି ପାରିବେ ସେ ସଂପର୍କରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବରଗଡ଼ ଜିଲ୍ଲାପାଳଙ୍କ ସହ ଟେଲିଫୋନ ଯୋଗେ ବିଶଦ ଆଲୋଚନା କରିଛନ୍ତି । ଏବେ ଠାରୁ କୋରେନ୍ ଟାଇନ୍ ସେଣ୍ଟରକୁ ସୁବ୍ୟସ୍ଥିତ କରିବା, କେରେନ୍ ଟାଇନ୍ ସେଣ୍ଟର ମାନଙ୍କର ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଦାୟିତ୍ଵ ପ୍ରଦାନ କରିବା, କରୋନା ଟେଷ୍ଟକିସ୍ସ ସବୁ କୋରେନ୍ଟ ଟାଇନ୍ ସେଣ୍ଟରରେ ପର୍ଯ୍ୟପ୍ତ ମାତ୍ରାରେ ଉପଲବ୍ଧ କରିବା ଆଦି ବିଷୟ ଉପରେ ଶ୍ରୀ ପୁରୋହିତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୋରେନ୍ ଟାଇନ୍ ପରେ ଏନଆରଜିଏସ ପାଣ୍ଠି ଦ୍ୱାରା ଶ୍ରମିକ ଭିତ୍ତିକ କାର୍ଯ୍ୟ ବ୍ୟାପକ ମାତ୍ରାରେ କରିବା ସହ ଯେ ଭଳି ମେସିନ୍ ଜରିଆରେ ଏହି କାର୍ଯ୍ୟ ସଂପାଦନା ନ ହେବ ସେ ଦିଗରେ ବ୍ଲକ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପୁରୋହିତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟ ବାହାରେ ଥିବା ସମସ୍ତ ଶ୍ରମିକ ରାଜ୍ୟ ସରକାରଙ୍କ ପୋର୍ଟାଲ ୱେବ୍ ରେ ରେଜିଷ୍ଟ୍ରେସନ କରିବା ଜରୁରୀ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।
ରିପୋର୍ଟ – ନିରୋଜ କୁମାର ପାଣୀ