

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ପବିତ୍ର କାର୍ତ୍ତିକ ମାସର ମଳ ଦ୍ୱାଦଶୀ । ଏହି ତିଥି ଦୀର୍ଘ ୨୬ ବର୍ଷ ପରେ ଚଳିତ ବର୍ଷ ପଡୁଥିବାରୁ ସେବାୟତ ଓ ଭକ୍ତ ମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏହି ତିଥିରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବୀର ଯୋଦ୍ଧା ଭାବେ ସଜ୍ଜିତ ହୋଇ ନାଗାର୍ଜୁନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା ମହାମରୀ ଯୋଗୁଁ ଭକ୍ତମାନେ ଭଗବାନଙ୍କ ଏହି ନାଗାର୍ଜୁନ ବେଶକୁ ଦର୍ଶନ କରିବାକୁ ଅନୁମତି ଦିଆଯାଇନାହିଁ । ତେଣୁ ଆଜି ବିନା ଭକ୍ତଙ୍କ ଦର୍ଶନରେ ଛତ୍ରପୁର ତାଡେପଲ୍ଲି ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ନାଗାର୍ଜୁନ ବେଶ ଧାରଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
