ପବିତ୍ର ଗାନ୍ଧୀଜୟନ୍ତୀରେ ଓଡ଼ିଶାର ଉତ୍ତରାଞ୍ଚଳ ବନ୍ୟବିଭାଗ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଭବାନୀପାଟଣା(ପ୍ରଫୁଲ୍ଲ କୁମାର ପଢି )150ତମ ମହାତ୍ମାଗାନ୍ଧୀଙ୍କ ଜନ୍ମତିଥି ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମତିଥି ସାରାଦେଶରେ ମହାସମାରୋହରେ ପାଳନ କରାଯାଇଥିବାବେଳେ ଆଜି ଭବାନୀପାଟଣାଠାରେ ମଧ୍ୟ ବନବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ବନବିଭାଗର ସମସ୍ତ କର୍ମଚାରୀ ଯୋଗଦେଇ ବୃକ୍ଷରୋପଣରେ ସହଯୋଗ କରିଥିବା ବେଳେ ବୃକ୍ଷରୋପଣର ଉପକାରିତା ଓ ସାମାଜିକ ଜୀବନ ଉପରେ ବୃକ୍ଷର ପ୍ରଭାବ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇ ଏହାକୁ ଆହୁରି କେମିତି ଜନସଚେତନତା ସୃଷ୍ଟି କରାଯିବ ସେ ସମ୍ପର୍କରେ ନିଷ୍ପତି ନିଆଯାଇଥିଲା ।

କଳାହାଣ୍ଡିର ମ. ରାମପୁରରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରୁଛନ୍ତି ଉତ୍ତର ବନଖଣ୍ଡ ବଣବିଭାଗ