ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ପବିତ୍ର ଗୁରୁ ପୂର୍ଣ୍ଣିମୀରେ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ପବିତ୍ର ପାଣି ଆଣି ଢେଙ୍କାନାଳ ସହରରେ ପ୍ରତିଷ୍ଠିତ ସାଇ ଦରବାର ପ୍ରାଙ୍ଗଣରେ ସାଇ ବାବାଙ୍କୁ ଜଳାଭିଷେକ ସକାଳ ଘ୭ ଟିକା ସମୟରେ କରାଯାଇଥିଲା । କରୋନା ଭୟକୁ ଆଖି ଆଗରେ ରଖି ବାବାଙ୍କର ଏହି ପବିତ୍ର କାର୍ଯ୍ୟକ୍ରମକୁ ବହୁ ମାତ୍ରାରେ ସଙ୍କୁଚିତ କରି ଦିଆଯାଇଛି । ଆଜି ବାବାଙ୍କର ସବୁ ନୀତି କାନ୍ତି ସୂଚାରୁ ରୂପେ ସମ୍ପାଦନ ହେବା ସହିତ ସଂଧ୍ୟା ବେଳକୁ ବାବାଙ୍କ ପାଖରେ କୀର୍ତ୍ତନ ହେବାର ଯୋଜନା ରହିଅଛି ବୋଲି ଜଣାଯାଇଛି । ଆଜି ଏହି ପବିତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସାଇ ଆଶ୍ରିତ ତଥା ସାଇ ପାରାୟଣ ଅନୁଷ୍ଠାନ ଢେଙ୍କାନାଳର ବ୍ରଜ କିଶୋର ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ପୃଷ୍ଟି, ତପନ କୁମାର ବେହେରା, ଅଲେଖ ଚନ୍ଦ୍ର ସାହୁ ନିରଦ କୁମାର ମହାପାତ୍ର, ବ୍ରାହ୍ମଣ ପୁଜକ ସନ୍ତୋଷ କୁମାର ଦେବତା ଏବଂ ରତ୍ନ ମହାପାତ୍ର ପରିବାର ସଦସ୍ୟ ମାନେ ।
ରିପୋର୍ଟ : ଶୁଭମ ପାଣି