ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକ ପରକୀୟା ପ୍ରିତୀରେ ଜଳେଶ୍ୱର ଥାନା ଅଂଚଳର ବରଳାମପୁର ଗାଁର ଯୁବକକୁ ମହିଳାଙ୍କ ସ୍ୱାମୀ ଓ ଭାଇ ମିଳିତଭାବେ ଦାନ୍ତୁନଥାନା ଅଂଚଳରେ ସୁଚିନ୍ତିତ ଉପାୟରେ ହତ୍ୟା କରିଛନ୍ତି । ଦାନ୍ତୁନ ଥାନା ଅଂଚଳରେ ମାମାଲା ରୁଜୁ ହୋଇଥିଲେ ମଧ୍ୟ ସ୍ୱାମୀ ଗିରଫ ହୋଇଥିବା ବେଳେ ମହିଳାର ଭାଇ ଫେରାର ଥିବା ଜଣାଯାଇଛି ।ଘଟଣାରୁ ପ୍ରକାଶ ଜଳେଶ୍ୱର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର ହରେକୃଷ୍ଣ ପ୍ରଧାନଙ୍କ ସ୍ତ୍ରୀ ସହିତ ସେହି ଗାଁର ମିହିର ଭୂୟାଁଙ୍କ ଏକମାତ୍ର ପୁତ୍ର ୩୨ବର୍ଷ ବୟସ୍କ ଅଭିଷେକ ଭୂୟାଁ (ବାପୁନୁ)ର ପରକୀୟାପ୍ରିତୀ ଥିବା ପୂର୍ବରୁ ଗାଁ ଓ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ମହିଳା ଜଣଙ୍କୁ ସ୍ୱାମୀଘରେ ତାବିଦ୍ ହେବାରୁ ସେ ଦାନ୍ତୁନ ଥାନା ଅନ୍ତର୍ଗତ ଭଉଣୀ ଘରେ ଅବସ୍ଥାନ କରୁଥିଲେ । ଗତ ୨୧ ତାରିଖରେ ଅଭିଷେକ ଉପରୋକ୍ତ ଗାଁକୁ କୌଣସି କାର୍ଯ୍ୟରେ ଯାଉଥିବାର ଜାଣି ସ୍ୱାମୀ ହରେକୃଷ୍ଣ ପ୍ରଧାନ ଓ ଭାଇ କାହ୍ନୁ ଚରଣ ହୁଇ ସେଠାରେ ଛକି ରହିଥିଲେ । ରାତିରେ ଅଭିଷେକ ନିର୍ଦ୍ଦିଷ୍ଟ ଘରକୁ ଯାଉଥିବା ବେଳେ ହାଣ୍ଡିଆଭାଟି ନିକଟସ୍ଥ ଅନ୍ଧାରୁଆ ସ୍ଥାନରେ ଆକ୍ରମଣ କରିଥିଲେ । ଏକ ତାମିଲ ଛୁରି ସାହାର୍ଯ୍ୟରେ ଅଭିଷେକର ମୁଣ୍ଡର ପଛପଟେ ଯୋରରେ ଆଘାତ ଦେଇଥିଲେ । ମୁଣ୍ଡର ପଛପରେ କଟାଚିହ୍ନ ଓ ଦୁଇ ହାତର ପାପୁଲି କଟିଯାଇଥିବା ବେଳେ ରକ୍ତ ଉବୁଟୁବୁ ଅବସ୍ଥାରେ ଧାନବିଲ ନିକଟରେ ପଡିଥିବାର ଜଣାଯାଇଥିଲା । ପରେ ଦାନ୍ତୁନ ପୁଲିସ୍ ଜଳେଶ୍ୱର ପୁଲସ୍କୁ ଜଣାଇବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମୁଖ୍ୟ ଆସାମୀ ମହିଳାଙ୍କ ସ୍ୱାମୀ ହରେକୃଷ୍ଣ ପ୍ରଧାନକୁ ଦାନ୍ତୁନ ପୋଲିସ ଗିରଫ କରିଥିବା ବେଳେ ଭାଇ କାହ୍ନୁଚରଣ ହୁଇ ଫେରାର ରହିଛି । ପ୍ରକାଶଯୋଗ୍ୟ ସୁପ୍ରିମକୋର୍ଟ ପରକୀୟା ପ୍ରିତୀକୁ ଗତ ୨୭-୯-୧୮ରେ ଧର୍ତ୍ତବ୍ୟ ଅପରାଧନ ନୁହେଁବୋଲି ଦର୍ଶାଇ ୪୯୭ ଧାରାକୁ ଉଚ୍ଚେଦ କରିଥିଲେ । ଏଥିରେ ସ୍ୱାମୀ ସ୍ତ୍ରୀର ମାଲିକ ନୁହେଁ ବୋଲି ଦର୍ଶଇଥିଲା ବେଳେ ଏପରି ଏକ ସମ୍ବେଦନଶୀଳ ଘଟଣାର ମାମଲାଟି କେଉଁ ଦିଗକୁ ଯାଉଛି ସେଥିଲାଗି ଏ ଅଂଚଳରେ ଉତ୍ସୁକତା ଲାଗି ରହିଛି ।
ରିପୋର୍ଟ : ଭୂପତି କୁମାର ପରିଡା