ଚିରନ୍ତନ, ଶାଶ୍ୱତ ପରମାତ୍ମା ସଂସାରର ସୃଷ୍ଟିକର୍ତ୍ତା ଭାବେ ସର୍ବଧର୍ମ ଗ୍ରହୀତ ।
ସମଗ୍ର ଅନନ୍ତ ସୃଷ୍ଟିର ଆଧାର ଭାବେ ସର୍ବଧର୍ମ ବିଦିତ ।
ଅଶରୀରରେ ନିରାକାର ଭାବେ ସର୍ବବିଦ୍ୟମାନ ବୋଲି ହିନ୍ଦୁ ଧର୍ମରେ ଗ୍ରହୀତ
ପରମାତ୍ମାଙ୍କ ପ୍ରତି ମଣିଷର ରୁଚି ଏକ ଭିନ୍ନ ରୂପରେ ଦେଖା ଦେଇଥାଏ !
ସେହି ପରମାତ୍ମାଙ୍କ ସାନିଧ୍ୟ ଲାଭ କରିବା ପାଇଁ ଯୁଗ ଯୁଗ ଧରି
ମଣିଷ ଚେଷ୍ଟାରତ ଥାଇ ଅକୃତକାର୍ଯ୍ୟ ହେବାର ରହସ୍ୟ ଭିନ୍ନ ?!!
ପରମାତ୍ମା ଅର୍ଥାତ ନିରାକାର, ଭଗବାନଙ୍କ ବିଷୟ ଆଲୋଚନାକୁ ନିଆଗଲେ କେତେକ ଲୋକ ଭକ୍ତିପୂତ ପ୍ରଣାମ, ମୁଣ୍ଡିଆ ମାରିବା ଆରମ୍ଭ କରିଥା’ନ୍ତି ଯାହାଙ୍କ ମାନ୍ୟତାର ରୁଚି ଏକ ଭିନ୍ନ ରୂପରେ ଦେଖା ଦେଇଥାଏ । ଅନ୍ୟ ପକ୍ଷରେ ଅଧିକାଂଶ ମଣିଷ ପରମାତ୍ମାଙ୍କ ପ୍ରତି ରଖିଥିବା ପ୍ରଗାଢ଼ ଭକ୍ତିର ପ୍ରକାଶରେ ଅତ୍ୟନ୍ତ ଭାବାବେଗ ପ୍ରଦର୍ଶନ ପୂର୍ବକ ନିଜର ଆନ୍ଦୋଳିତ ବିଚାରଧାରକୁ ଏମିତି ରଙ୍ଗେଇ ବ୍ୟାଖ୍ୟା କରିଥା’ନ୍ତି ଯେ ସମ୍ମୁଖରେ ରହି ଦେଖୁଥିବା ମଣିଷ ମଧ୍ୟ ସମଭାବ ଜ୍ଞାପନ ନକରି ରହିପାରିବ ନାହିଁ । କାରଣ ନିରାକାର, ଭଗବାନଙ୍କ ଗ୍ରହଣୀୟତା ମଣିଷ ପାଖରେ ଏକ ଶେଷ ସୋପାନର ସ୍ଥଳ ଯାହାଙ୍କ ସାନିଧ୍ୟ ଲାଭ କରିବା ପାଇଁ ଆଜି ସମଗ୍ର ସଂସାରରେ ସେ ନିଜକୁ ଉତ୍ତୋଳିତ କରିଥିବା ଅନୁଭୁତି ଅତ୍ୟନ୍ତ ମର୍ମସ୍ପର୍ଶୀ ! ଚିରନ୍ତନ, ଶାଶ୍ୱତ ନିରାକାର ପରମାତ୍ମା, ଭଗବାନ ସମ୍ପୂର୍ଣ୍ଣ ଅନନ୍ତର ସୃଷ୍ଟିକର୍ତ୍ତା ସହିତ ପୃଥିବୀ ପୃଷ୍ଠରେ ଚରାଚର ଜୀବଜଗତ, ନିର୍ଜୀବ ବସ୍ତୁ, ପଦାର୍ଥ ଗୁଡିକର ମଧ୍ୟ ସୃଷ୍ଟିକର୍ତ୍ତା ଭାବେ ବିଶ୍ୱବ୍ୟାପୀ ଗ୍ରହଣୀୟତାକୁ ଅନୁଶୀଳନ କରି ଦେଖିବା ବିଷୟ ଏହାଯେ…………. ଭଗବାନ ଏମିତି ଏକ ଶକ୍ତିର ଆଧାର ଯାହାଙ୍କ ସ୍ପର୍ଶ, ଦର୍ଶନ କିମ୍ବା ଅନୁଭବ ପୃଥିବୀର ସମସ୍ତ ଧର୍ମ, ସମ୍ପ୍ରଦାୟର ମଣିଷଙ୍କ ପାଖରେ ଅସମ୍ଭବ ହୋଇ ରହିଛି ଅଦ୍ୟାବଧି । ହୁଏତ ସେହି ଭଗବାନ ଦୁନିଆର ସମସ୍ତ ଜିନିଷକୁ ବସ୍ତୁ ବାଚକ କରି ନିଜକୁ ନିରାକାର ଅବସ୍ଥାରେ ରଖିଛନ୍ତି ନିଜର ସ୍ୱାତନ୍ତ୍ର୍ୟତା ପ୍ରମାଣ କରିବା ପାଇଁ ବୋଲି ଅନୁଭବ ହେଉଛି ଆମର ! କହିବାକୁ ଗଲେ ପୃଥିବୀ ପୃଷ୍ଠାରେ ଅବସ୍ଥିତ ସମସ୍ତ ସମ୍ପ୍ରଦାୟ, ଧର୍ମ, ଜାତିର ଲୋକେ ଈଶ୍ୱରଙ୍କ ଉପସ୍ଥିତିକୁ ଏକାଭଳି ଦେଖିଥା’ନ୍ତି ଏବଂ ତାଙ୍କୁ ଅନୁଭବ ବିହୀନ ନିରାକାର ଭାବେ ଗ୍ରହଣ କରିଥା’ନ୍ତି । ହେଲେ ସବୁ ଧର୍ମ ଗୁଡିକରେ ବର୍ଣ୍ଣିତ ଭଗବାନଙ୍କ ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ ହୋଇଥିବା ବିଭିନ୍ନ ଅବତାର ଗୁଡିକ ସେହି ଈଶ୍ୱରଙ୍କ ଇଛାରେ ପ୍ରେରିତ ହୋଇଥିବା ମାନ୍ୟତା ରହିଛି । ମନେ ହୁଏ ସତେ ଯେମିତି ଏକକିତା ପୃଥିବୀକୁ ଖଣ୍ଡବିଖଣ୍ଡିତ କରି ସାମ୍ପ୍ରଦାୟୀକ ବିଚାର ସୃଷ୍ଟିକରି ମଣିଷ ସମାଜରେ ହିଂସାତ୍ମକ, ବୈମାତୃକ ମନୋଭାବ ସୃଷ୍ଟି କରାଯିବା ଲକ୍ଷ ରଖି ଈଶ୍ୱର ଏମିତି କରିଛନ୍ତି ନା ଏହା ମଣିଷ ମନର ନିଜସ୍ୱ ଷଡ଼ଯାନ୍ତ୍ରୀକ ବିଚାରଧାରାରୁ ନିର୍ଗତ ଏକ ସାମାଜିକ ଦୁଃଷ୍ପ୍ରଭାବ ବୁଝିବା କଷ୍ଟ ହୋଇପଡୁଛି ଆମର ସ୍ୱଳ୍ପ ଜ୍ଞାନ ମଧ୍ୟରେ । କାରଣ ଗୋଟିଏ ସମ୍ପ୍ରଦାୟ ଠାରୁ ଅନ୍ୟ ଗୋଟିଏ ଭଗବାନଙ୍କ ଉପରେ ଯେଉଁ ସବୁ ପ୍ରତିଷ୍ଠା ପ୍ରଦାନ କରିଛନ୍ତି ସେଇଥିରେ ଅନେକ ଅସାମଞ୍ଜସ୍ୟତା ପରିଲକ୍ଷିତ ହେଉଥିବା ବେଳେ ସେମାନେ ସମସ୍ତେ ଈଶ୍ୱର ଏକ ବୋଲି କହୁଛନ୍ତି । ବଡ ଆଶ୍ଚର୍ଯ୍ୟ ଲାଗେ ସେମାନଙ୍କ ବିଶ୍ଳେଷଣ ଗୁଡିକ ଶୁଣିଲେ ! କୁହାଯାଏ ଯେତେବେଳେ ପୃଥିବୀ ପୃଷ୍ଠାରେ କୌଣସି ଅଭାବନୀୟତା ଦେଖାଦିଏ ଭଗବାନ କୌଣସି ରୂପରେ ଧାରା ପୃଷ୍ଠାରେ ଅବତରଣ କରି ସମସ୍ୟାର ସମାଧାନ କରି ଆସୁଛନ୍ତି । ତଥା କଥିତ ହିନ୍ଦୁ ମାନଙ୍କର ଚାରିଟି ଯୁଗ ମଧ୍ୟରେ ସତ୍ୟ, ଦ୍ୱାପର ଓ ତ୍ରେତୟା ଯୁଗରେ ଯେଉଁ ସବୁ ଅଭାବନୀୟତା ଦେଖା ଦେଇଥିଲା ହୁଏତ ଆଜିର ଏହି କଳି ଯୁଗରେ ସେଗୁଡିକ ସଂକୁଚିତ ହୋଇ ବର୍ତ୍ତମାନ ପୃଥିବୀ ପୃଷ୍ଠରେ ଶାନ୍ତି, ମାନବୀୟତା ଏବଂ ସାମାଜିକ ସଦ୍ଭାବ ବିଚାର ଯଥେଷ୍ଟ ଅଧିକ ରହିଥିବା ଅନୁମାନ କରାଯାଇ ପାରେ ତୁଳନାତ୍ମକ ସେହି ସମୟର ମଣିଷ ମାନଙ୍କ ବିଚାରଧାରା । ଏହା ଆମେ କହୁନାହୁଁ ! ବରଂ ସେହି ଧାର୍ମିକ ଚେତନାର ବିଶ୍ଳେଷଣରୁ ନିର୍ଗତ ହେଉଛି ! କାରଣ କଳି ଯୁଗରେ ଭାଗବାନଙ୍କର କୌଣସି ଅବତାର ଅବତୀର୍ଣ୍ଣ ହୋଇନାହିଁ ଯେହେତୁ ଆଜି ସମୟର ମଣିଷ ଗୁଡିକ ପାଖରେ କୌଣସି ଅଭାବନୀୟତା ପରିବର୍ତ୍ତେ ଯଥେଷ୍ଟ ମାନବୀୟ ଚରିତ୍ର ପ୍ରସ୍ଫୁଟିତ ହେଉଥିବା ଅନୁଭବ ରହିଥିବା ସ୍ୱୟଂ ନିରାକାରଙ୍କର ବୋଲି ଅନୁମାନ କରି ହେଉଛି । ନତୁବା ପୃଥିବୀ ପୃଷ୍ଠାରେ ଆଜି ସମୟରେ ଭଗବାନଙ୍କ ଅବତୀର୍ଣ୍ଣ ହେବା ଆବଶ୍ୟକତା ରହିଛି କି ନାହିଁ ପ୍ରତ୍ୟେକେ ନିଜକୁ ନିଜେ ପଚାରି ବୁଝିବା ଆବଶ୍ୟକ । ତଥାପି ପ୍ରଭୁଙ୍କ ଦେଖାନହିଁ……………..!! କୌଣସି ଭଲ ହେଉ କି ମନ୍ଦ ବିଚାରକୁ ଆମେ ଭଗବାନଙ୍କ କରୁଣା ବୋଲି ଭାବି ଥାଉ ଏବଂ କହିଥାଉ ମଧ୍ୟ । ହେଲେ ଯେକୌଣସି କଥାରେ ଭଲ ହେଲେ ମଧ୍ୟ ଭଲ, ମନ୍ଦ ହେଲେ ମଧ୍ୟ ଭଲ ବୋଲି ବିଚାରି ଭଗବାନଙ୍କ ଦ୍ୱାରା ନିଆଯାଇ ଥିବା ସମସ୍ତ ନିର୍ଣ୍ଣାୟକକୁ ସମ୍ମାନ ଦେବା ଆମର ସହଜାତ, ସାମାଜିକ ଶୈଖିକ ଚରିତ୍ର । କିନ୍ତୁ କୌଣସି ଘଟଣାର ସଂଯୋଜିତ ବିଷୟ ହେଉ କିମ୍ବା ନିଜସ୍ୱ କାର୍ଯ୍ୟ ଦକ୍ଷତା, ଅଭାବନୀୟତା ଉପରେ କୌଣସି ବିଶ୍ୱାସ, ଆଲୋଡନ ସୃଷ୍ଟି ନକରି ସବୁ କଥାରେ ସେହି ନିରାକାର ଭଗବାନଙ୍କ ଉପରେ ନ୍ୟସ୍ତ କରିଥାଉ ସତେ ଯେମିତି ସ୍ୱୟଂ ଭଗବାନ ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତର କାର୍ଯ୍ୟଧାରା, ପ୍ରଣାଳୀ ଗୁଡିକୁ ସଞ୍ଚାଳିତ କରିବା ପାଇଁ ପ୍ରତିଶୃତି ବଦ୍ଧ ହୋଇ ରହିଛନ୍ତି । କିନ୍ତୁ ସେସବୁ ଆମ ଇଛାରେ ନୁହେଁ ବରଂ ତାଙ୍କର ଯାହା ଇଛା ସେହିଭଳି ହେଉଥିବା ସର୍ବ ଗ୍ରହଣୀୟତା ଦେଖିବାକୁ ମିଳୁଛି । ଯାହା ହେଉ ସେହି ନିରାକାରଙ୍କ ସାନିଧ୍ୟ ପାଇବା ପାଇଁ ଅହରହ ଆତ୍ମବିହ୍ୱଳିତ ମଣିଷ ସୃଷ୍ଟି ଆରମ୍ଭରୁ ଏ ପର୍ଯ୍ୟନ୍ତ ଜଣେ ହେଲେ ସାଧାରଣ ମଣିଷ ପାଇ ପାରିଥିବା କୌଣସି ଉଦାହରଣ ନଥାଇ ଆମେ ଏତେ ଉତ୍କଣ୍ଠିତ ହୋଇ ରହିବା ଉଦେଶ୍ୟ କ’ଣ ଆମ ବୁଝିବା ବାହାରେ, ଜଣେ ସାଧାରଣ ମଣିଷ ହିସାବରେ । ଯେଉଁ ଅସାଧାରଣ ମଣିଷ ଗୁଡିକ ଭଗବାନଙ୍କ ସାନିଧ୍ୟ ପାଇ ସାଧାରଣ ମଣିଷ ମାନଙ୍କୁ ତାଙ୍କରି ପ୍ରେମ ବାଣ୍ଟିଛନ୍ତି, ବାଣ୍ଟୁଛନ୍ତି ସେମାନଙ୍କ ସହିତ ଭାଗିଦାରୀତା କରୁଥିବା ସାଧାରଣ ମଣିଷ ଗୁଡିକର ଉପସ୍ଥିତ ପରିସ୍ଥିତି କ’ଣ ଆମେ କହିବା ଆବଶ୍ୟକ ନୁହେଁ, ବରଂ ନିଜେ ନିଜେ ହିଁ ବୁଝିବା ପାଇଁ ଚେଷ୍ଟା କରିବା ବିଧେୟ । ତଥାପି ଯାହା ହେଉ ସେହି ନିରାକାରଙ୍କ ଜଣେ ସ୍ୱାଭିମାନୀ ଭକ୍ତ ଯାହା ଆମ ମନକୁ ଆସିଲା କରି ଚାଲିବା ଏବଂ ପରବର୍ତ୍ତୀ ସମୟରେ କ୍ଷମା ପ୍ରାର୍ଥନା କରିବାରେ କୌଣସି ଅନିୟମିତତା ନରଖି ତାଙ୍କର କ୍ଷମା, କରୁଣା ପାଇବା ଆଶାୟୀ ଜଣେ ନିରୀହ, ନିର୍ବୋଧ ସାଧାରଣ ମଣିଷ ଆମେ । ଅଖଣ୍ଡ ବିଶ୍ୱର ସ୍ରଷ୍ଟା ପୃଥିବୀ ପୃଷ୍ଠାରେ ଖଣ୍ଡ ବିଖଣ୍ଡିତ କରି ସୃଷ୍ଟି କରିଥିବା ସମ୍ପ୍ରଦାୟ, ଗୋଷ୍ଠୀ ଗୁଡିକ ମଧ୍ୟରେ କନ୍ଦଳ ସୃଷ୍ଟି କରି କେଉଁ ଉଦେଶ୍ୟ ରଖି ଚୁପ ରହିଛନ୍ତି ବୁଝୁଥିବେ କେବଳ ସେହି ସାନିଧ୍ୟ ଲାଭ କରିଥିବା ଅସାଧାରଣ ମଣିଷ ବ୍ୟତୀତ ଆମଭଳି ସାଧାରଣ ମଣିଷଙ୍କ ଭାବ ବହିର୍ଭୁତ ବିଷୟ । ବିଭିନ୍ନ ଦଳ, ଗୋଷ୍ଠୀ, ସମ୍ପ୍ରଦାୟ, ଜାତି, ଧର୍ମ ମଧ୍ୟରେ ଆଶାତୀତ ଭେଦଭାବ ସୃଷ୍ଟି କରି ଚାଲିଥିବା ସାମାଜିକ ଅନୈତିକ କାର୍ଯ୍ୟରେ ସ୍ୱୟଂ ଭଗବାନ ଆନନ୍ଦିତ କି ନିରାନନ୍ଦ ସମୟ କହିବ ସେ କ’ଣ ପଦକ୍ଷେପ ନେଉଛନ୍ତି । କିନ୍ତୁ କହିବାକୁ ଗଲେ ହଜାର ହଜାର ବର୍ଷ ଅତିବାହିତ ଆଜି ସମୟର ଅତ୍ୟନ୍ତ ଅସାମାଜିକ ବ୍ୟାପକତାକୁ ଅନୁଧ୍ୟାନ କଲେ ବାସ୍ତବିକ ସେହି ତଥାକଥିତ ଭଗବାନଙ୍କ କୌଣସି ସତ୍ତା ଅଛିକି ନାହିଁ ସନ୍ଦେହ ସୃଷ୍ଟି କରୁଛି ମନରେ । ଯଦି ବାସ୍ତବରେ ରହିଥା’ନ୍ତା ତାହେଲେ ତାଙ୍କରି ନାମ ଧରି କରାଯାଉଥିବା ଭ୍ରଷ୍ଟାଚାର, ଅନୈତିକତା ବିରୁଦ୍ଧରେ ନିଶ୍ଚିତ କଠୋର ପଦକ୍ଷେପ ନିଆଯାଇଥା’ନ୍ତା ତାଙ୍କରି ଦ୍ୱାରା ଯାହା ହେଉନାହିଁ । ଅର୍ଥାତ ଏମିତି କୌଣସି ସତ୍ତା ହୀନ ନିରାକାର ଶକ୍ତି ରହିଥିବା ଅସମ୍ଭବ ଭଳି ମନେ ହେଉଛି ଆମର । କାରଣ ବିଭିନ୍ନ ଅନୁସନ୍ଧାନ, ଗବେଷଣା ମୂଳକ ତଥ୍ୟ ଅନୁଯାୟୀ ପୃଥିବୀ କେବଳ ଅସଂଖ୍ୟ ଧୂଳିକଣାରୁ ସୃଷ୍ଟି ହୋଇଥିବା ଅନୁମାନ କରନ୍ତି ବୈଜ୍ଞାନିକ ମାନେ ଯାହାର ମୂଳ ଆଧାର ଗୁଡିକ ଏପର୍ଯ୍ୟନ୍ତ ଅଲୌକିକ ହୋଇ ରହିଛି । କିନ୍ତୁ କୌଣସି ଆଧାର ବିହୀନ ଦାର୍ଶନିକ ଅନୁମାନରୁ ଉଦ୍ଧୃତ ଭାବଧାରା ଗୁଡିକୁ ନିଜସ୍ୱ ଜୀବନ ଶୈଳୀରେ ଅଂଗୀକାର କରି ବାସ୍ତବତାର ଅନୁଭବ ବିହୀନ ଗୋଟିଏ ମନସ୍ତାତ୍ୱିକ ଅଲୌକିକ ଭାବଧାରା ମଧ୍ୟରେ ନିଜକୁ ସଂକୁଚିତ କରି ରଖି ଜୀବନ ଯାତ୍ରାକୁ କେଉଁ ଦିଗଗାମୀ କରିଥା’ନ୍ତି ବିଶ୍ୱାସରେ ଅନ୍ଧ ଭକ୍ତ ବୃନ୍ଦ ସେମାନେହିଁ ଜାଣନ୍ତି । ଅଧିକନ୍ତୁ ଭଗବାନଙ୍କ ପ୍ରେରିତ ଦୂତ ବୋଲି କହୁଥିବା ଉପସ୍ଥିତ ସମାଜରେ ଗ୍ରହଣ କରାଯାଉଥିବା ମଣିଷ ଗୁଡିକର ପୁର୍ବାନୁଭୂତି ତଥା ବ୍ୟକ୍ତିଗତ ଚାାରିତ୍ରିକ ବିଶ୍ଳେଷଣ ପରିସର ବହିର୍ଭୁତ ମାନ୍ୟତା ପ୍ରଦାନ କରି ନିରୀହ, ନିର୍ବୋଧ କେଉଁ ଦିଗ ଗାମୀ ହେଉଛନ୍ତି ସେମାନେହିଁ ଜାଣନ୍ତି । କିନ୍ତୁ ପ୍ରକୃତିର ନିୟମ ଆଗରେ କୌଣସି ସତ୍ତା ବିହୀନ ବସ୍ତୁ, ପଦାର୍ଥ କିମ୍ବା ଶକ୍ତି ରହିବା ପ୍ରାବଧାନ ରହିନଥିବା ଏକ ସତ୍ୟ ଯାହା ଚିରନ୍ତନ । ଏହି ନିରାକାର ମଣିଷର ଅବଚେତନ ଜ୍ଞାନର ଏକ ପ୍ରତିବିମ୍ବିତ ପ୍ରହେଳିକା ମାତ୍ର ଯାହା ସାହାଯ୍ୟରେ ଚତୁର ନିର୍ବୋଧଙ୍କୁ ପ୍ରତାରିତ କରିବାର ଏକ ସ୍ୱଛ ପ୍ରଚ୍ଛଦ ପଟର ଆଢୁଆଳେ ରହିଥବା ଚିତ୍ରିତ, ଚେହେରା ଛଡା ଆଉ କିଛି ନୁହେଁ ଯାହାକୁ ବୁଝିବା ସାଧାରଣ ଲୋକଙ୍କ ପାଖରେ ସହଜସାଧ୍ୟ ହୋଇ ନଥିଲେ ମଧ୍ୟ ଅସମ୍ଭବ ନୁହେଁ । କିନ୍ତୁ ଏହି ମାୟାରୁ ନିବୃତ ହୋଇ ସତ୍ୟକୁ ଆଦରିବାକୁ ହେଲେ ଯଥେଷ୍ଟ ଇଛା ଶକ୍ତି ସହିତ ସହନଶୀଳତା ଏବଂ ଧାର୍ଯ୍ୟର ଆବଶ୍ୟକତା ରହିଛି ଯାହା ସାଧାରଣ ଲୋକେ କରିବାରେ ଅସମର୍ଥ ହେଉଥିବା ହେତୁ ପ୍ରଚଳିତ ପାରମ୍ପରିକ ରୀତି, ନୀତି ସହିତ ନିଜକୁ ଖାପ ଖୁଆଇ ଚାଲିବା ଗୋଟିଏ ସାଧାରଣ ମାନସିକତାରେ ପରିବର୍ତ୍ତିତ ଆଜିର ଏହି ଅବସ୍ଥାରେ ବଂଚୁଥିବା ମଣିଷଙ୍କ ଭବିଷ୍ୟତ କ’ଣ ସେମାନଙ୍କୁ ହିଁ ଜଣାଥିବ ବୋଲି ଆମର ବିଚାରରେ ଆପଣଙ୍କ ଅନୁଭବ ବ୍ୟାଖ୍ୟା କରିବେ ବୋଲି ଆଶା…..!
ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ),
ଛତ୍ରପୁର, ଗଂଜାମ.