ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ଭାବେ ଗସ୍ତ କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳଙ୍କ ସହ ସିଡିଏମଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ । ସମସ୍ତେ ମିଶି ଡାକ୍ତରଖାନାର ବିଭିନ୍ନ ଉନୟନ କାର୍ଯ୍ୟ ବୁଲି ଦେଖିଥିଲେ । କେତେକ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାସହ ଆଉଟଡୋର, ଇନଡୋର ସହ ଅନ୍ୟାନ୍ୟ ବିଭାଗ ମଧ୍ୟ ବୁଲି ଦେଖିଥିଲେ । ଡାକ୍ତରଖାନା ଭିତରେ ଥିବା ପୁରୁଣା କୂଅ ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରୋଗୀ ତୁଳନାରେ ଡାକ୍ତର କମ ଥିବା ଓ ନିରାମୟ ଯୋଜନାର ମାଗଣା ଔଷଧ ପ୍ରଦାନ ସମ୍ପର୍କରେ ପଚାରି ବୁଝିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା