ପରିମଳ କର୍ମଚାରୀଙ୍କୁ ଆକ୍ରମଣ ପ୍ରତିବାଦରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଗୋପାଳପୁର(ସମୃଦ୍ଧ ଓଡିଶା)ସ୍ଥାନୀୟ ବିଜ୍ଞାପିତ ଅଂଚଳ ପରିଷଦ ର ବିଭିନ୍ନ ୱାର୍ଡ ରେ ଆଉଟସୋର୍ସିଙ୍ଗ ଭାବେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କର ମାସର ପ୍ରଥମ ସପ୍ତାହ ସୁଦ୍ଧା ଦରମା ନ ମିଳିବା ଓ କାର୍ଯ୍ୟ ଦିବସ ଅନୁସାରେ ଦରମା ର ଅସଂଗତି କୁ ନେଇ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାସହ ଆଜି ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ କରି ଏନଏସି କାର୍ଯ୍ୟାଳୟ ଆଗରେ ଧାରଣା ରେ ବସି ରହିଥିଲେ I ପରବର୍ତ୍ତୀ ଅବସ୍ଥା ରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ର ହସ୍ତକ୍ଷେପ ଫଳ ରେ ଆଲୋଚନା ପ୍ରକାରେ କର୍ମଚାରୀ ମାନେ ଧାରଣା ରୁ ଉଠିବା ସହିତ ପ୍ରତିଶୃତି ପ୍ରକାରେ ଦାବୀ ପୂରଣ ନ ହେଲେ I ପୁନଶ୍ଚ କାର୍ଯ୍ୟବନ୍ଦ କରିବେ ବୋଲି ଜଣାଇଛନ୍ତି I ଘଟଣା ଅନୁଯାୟୀ ଉକ୍ତ ଏନଏସି ରେ 50 ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀ ମାନେ ଭୁବନେଶ୍ୱର ର ଗ୍ରୀନସାଟିନ ନାମକ ସର୍ଭିସ ପ୍ରୋଭାଇଡ଼ର ସଂସ୍ଥା ଅଧୀନ ରେ ଦୀର୍ଘ ଦିନ ହେବ ସ୍ୱଳ୍ପ ଦରମା ରେ କାର୍ଯ୍ୟ କରି ଆସୁଛନ୍ତି I ଗତକାଲି ମାସିକ ଦରମା ଆସିଥିବା ବେଳେ କିଛି କର୍ମଚାରୀ ଙ୍କ ଦରମା ଆସି ନ ଥିଲା ଓ କିଛି କର୍ମଚାରି ମାନଙ୍କ କାର୍ଯ୍ୟଦିବସ ଅନୁସାରେ ଉପଯୁକ୍ତ ଦରମା ଆସି ନଥିଲା I ଏହାକୁ ନେଇ କର୍ମଚାରୀ ମାନେ ଏକ୍ସପୋର୍ଟ ଅଫିସର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପଚାରି ଥିବା ବେଳେ ସମ୍ପୃକ୍ତ ଅଧିକାରୀ ଜଣକ କର୍ମଚାରୀ ମାନଙ୍କୁ ଗାଳି ଗୁଲଜ ସହ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି I ଏହାକୁ ନେଇ ଓଡିଶା ପୌର କର୍ମଚାରୀ ସଙ୍ଘ ତରଫରୁ ଘଟଣା କୁ ନିନ୍ଦା କରାଯାଇଥିଲା ଓ ଜିଲ୍ଲା ସଭାପତି ପ୍ରଶାନ୍ତ ପରିଛା ଙ୍କ ନେତୃତ୍ୱ ରେ କର୍ମଚାରୀ ମାନେ କାର୍ଯ୍ୟବନ୍ଦ କରି ସମ୍ପୃକ୍ତ ଅଧିକାରୀ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଓ ପୂର୍ବରୁ ଅଭିରାମ କେୟାରଟେକିଙ୍ଗ ସଂସ୍ଥା ପାଖରେ ବକେୟା ଥିବା ଦରମା କୁ ତୁରନ୍ତ ପ୍ରଦାନ ପାଇଁ ଅଡ଼ି ବସିଥିଲେ I ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏ ଘଟଣା କୁ ଗୁରୁତ୍ୱ ଦେଇ ନ ଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ଆସି ବୁଝାସୁଝା ସହ ସମ୍ପୃକ୍ତ ଏକ୍ସପୋର୍ଟ ଅଧିକାରୀ ଙ୍କ ସହ ଆସୁ ସମାଧାନ ଏବଂ ଏହି ମାସ ସୁଦ୍ଧା ସମସ୍ତ ବକେୟା ଦରମା, ଓ ଇପିଏଫ /ଇଏସଆଇ ବାବଦ ଅର୍ଥ ପୈଠ କରାଯିବା ପାଇଁ ପ୍ରତିଶୃତି ମିଳିବା ପରେ ଧାରଣା ହଟିଥିଲା I ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ପ୍ରଶାନ୍ତ ପରିଛା, ସ୍ଥାନୀୟ କମିଟି ର ସଭାପତି ଟୁନାରଥ, ଜିଲ୍ଲା କୋଷଧ୍ୟକ୍ଷ ଉତ୍ତମ ନାୟକ,ରଂଜିତା ଦାସ କଳ୍ପନା ନାୟକ, ସ୍ୱପ୍ନା ନାୟକ,ପ୍ରମୁଖ ପରିଚାଳନା କରିଥିଲେ I

ରିପୋର୍ଟ : ନିମାଇଁ ଚରଣ ପଣ୍ଡା