ପରୀକ୍ଷାରେ ପାସ୍ କରେଇ ଦେବା କହି ନା ବାଳିକାକୁ ଦୁଷ୍କର୍ମ କଲା ଟିଉସନ ମାଷ୍ଟର !

ବାଣପୁର(ସମୃଦ୍ଧଓଡିଶା)ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ରେ ଘଟିଛି ଏକ ଲଜ୍ୟା ଜନକ ଘଟଣା l ଜଣେ ସତମ ଶ୍ରେଣୀର ନା ବାଳିକା ଛାତ୍ରୀକୁ ସ୍କୁଲ ଗୃହରେ ଦୁଷ୍କର୍ମ କରିଛି ଟିଉସନ ମାଷ୍ଟର l ଏନେଇ ଅଭିଯୁକ୍ତ ଙ୍କ ମା ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ବିଟ ହାଉସ ରେ ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ ଅଭିଯୋଗ ପାଇ ୩୨୭/୨୪ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି l ଅଭିଯୁକ୍ତ ଜଣକ ହେଲେ ତୋଟା ଗ୍ରାମର କଲେଜ ଛାତ୍ର ଲିଙ୍ଗରାଜ ମୁଦୁଲି, ବୟସ ୧୯ ବର୍ଷ l ବର୍ତମାନ ଅଭିଯୁକ୍ତ କୁ ଅଟକ ରଖି ତଦନ୍ତ ଚଲାଇଛି ପୋଲିସ । ପୀଡିତା ର ମା ଙ୍କ ଅଭିଯୋଗ କ୍ରମେ, ଅଭିଯୁକ୍ତ ପାଖରେ ସ୍କୁଲ ଘରର ଚାବି ରହୁଥିବାରୁ କୋଶ୍ଚଚିନି ପେପର ଦେଖାଇବା ପାଇଁ ଚଳିତ ମାସ ୫ ତାରିଖ ସନ୍ଧ୍ୟା ପ୍ରାୟ ୭ ଘଣ୍ଟିକା ସମୟ ରେ ତୋଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସର କୁ କିଛି ପିଲାମାନଙ୍କୁ ଡ଼ାକିନେଇଥିଲା ଅଭିଯୁକ୍ତ । ପରେ ରୋଷେଇ ଗୃହକୁ ପୀଡିତା କୁ ଡାକି ନେଇ କବାଟ ବନ୍ଦ କରି ଦୁଷ୍କର୍ମ କରିଥିଲା ଟିଉସନ ଶିକ୍ଷକ ଲିଙ୍ଗରାଜ ମୁଦୁଲି  । ଆଉ ଏ ସମ୍ପର୍କ କାହାକୁ କହିଲେ ମାରିଦେବାକୁ ଧମକ ଦେଇଥିଲା ଉପସ୍ଥିତ ଥିବା ସମସ୍ତ ଛାତ୍ର ମାନଙ୍କୁ ଅଭିଯୁକ୍ତ ଶିକ୍ଷକ l ପରେ ପୀଡିତା ଟିଉସନ ନ ଯିବାପାଇଁ ଘର ଲୋକଙ୍କୁ ମନା କରିଥିଲା । ଫଳରେ ଘର ଲୋକେ ପୀଡିତା କୁ ପଚାରିବାରୁ ପୀଡିତା ସବୁ କଥା ଘରେ କହିଥିଲା । ଘର ଲୋକେ ଟିଉସନ ଶିକ୍ଷକ କୁ ଏହି ବିଷୟ ରେ ପଚାରିବାରୁ ପ୍ରଥମେ ମନା କରିଥିଲା, ପରେ ପୀଡିତା କୁ ଦୁଷ୍କର୍ମ କରିଥିବା ମାନି ନେଇଥିଲା । ଏନେଇ ଗମ୍ଭାରୀମୁଣ୍ଡା ବିଟ ହାଉସ ରେ ଲିଖିତ ଅଭିଯୋଗ ପରେ ୩୨୭/୨୪ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି ନାଚୁଣୀ ଥାନା ପୋଲିସ ।।

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *